STORYMIRROR

Pranati Acharya

Romance Tragedy Classics

3  

Pranati Acharya

Romance Tragedy Classics

ନୀରବ ଝଡ

ନୀରବ ଝଡ

1 min
204


ଗଙ୍ଗଶିଉଳିର ସେଜରେ ଅତର ବୋଳି ହୋଇଥିଲା ରାତି 

ମନର ମାନିନୀ ସାଜଇ କାମିନୀ ବିଳାସ ବିଧୁରେ ମାତି ।। 

ପ୍ରକୃତିର ସେହି ମିଠା ମୁହୂର୍ତ୍ତରେ ଜଣେ କିଏ ନୀଳପରି 

ଉଭା ହେଲା ଆସି ମୋ ଆଖି ଆଗରେ ବସି ଥିଲି ମନ ମାରି ।। 

ଆଖିରେ ତାହାର ଆପଣାର ବୋଧ ଓଠରେ ନୀରବ ପ୍ରୀତି 

ସେ ପ୍ରୀତିରେ ଥିଲା ନୀରବର ଝଡ ଦରଦ ବାଣ୍ଟିବା ରୀତି ।। 

ନୀରବ ବେଦନା ଉଙ୍କିମାରେ ଆଜି ସ୍ମୃତି ଲେଉଟାଏ କଡ 

ଆଖିରେ ଶ୍ରାବଣ ଦେହରେ ଦହନ ସପନେ ନୀରବ ଝଡ ।। 

ଭିଜା ଆଖି ତଳେ ଛପାଇ ରଖିଲେ ମନର ବେଦନା ଯେତେ 

ଆପଣା ଛାଏଁ ତ ଫିଟିବ ଗୁମର ଆଉ ବା ସହିବ କେତେ ।। 

ସୀମାହୀନ ଏଇ ମନଟା ମୋହର ତଥାପି ଦେଖୁଛି ସ୍ବପ୍ନ 

ଝରେ ଅଶ୍ରୁ ବାରି ଚକ୍ଷୁ ପର୍ଦ୍ଦା ଚିରି ଫେରିଆସ ଜୀବ ଧନ ।। 

ନୀରବ ଝଡ ଯେ କେତେ ଭୟଙ୍କର ଯିଏ ଭୋଗେ ସେ ଜାଣିଛି 

ଝଡ ଗଲାପରେ ହୃଦୟ ଭିତରେ ସ୍ମୃତି ଖାଲି ରହିଅଛି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance