STORYMIRROR

Pranati Acharya

Drama Tragedy Classics

3  

Pranati Acharya

Drama Tragedy Classics

ଲେଖୁ ଲେଖୁ ଲେଖିଦେଲି

ଲେଖୁ ଲେଖୁ ଲେଖିଦେଲି

1 min
226


ବ୍ରହ୍ମରୁ ଏ ସୃଷ୍ଟି ବିଶ୍ବ ବ୍ରହ୍ମ ବ୍ୟାପ୍ତି ପରମାତ୍ମାଙ୍କର ଛାୟା 

ସେ କୋମଳ ସ୍ପର୍ଶ ପାଇବାକୁ ଆସ ସଭିଏଁ ହୁଅନ୍ତି ବାୟା ।। 

ଆସିବା ଓ ଯିବା ଭାଙ୍ଗିବା ଗଢିବା ସବୁ ସ୍ରଷ୍ଟାଙ୍କର ଖେଳ 

କାହାକୁ ରଖିବେ କାହାକୁ ମାରିବେ ସେ ହିଁ ଜାଣନ୍ତି କେବଳ ।। 

ସବୁଠି ଖେଳୁଛି ଜୀବନର ସତ୍ତା ନବ ପ୍ରାଣ ନବ ଜାତ 

କେମିତି କହିବା ସଂସାରଟା ସାରା ଆଶାର ତ ପାରିଜାତ ।। 

ଅଦ୍ଭୁତ ସଂସାର କେହି ନୁହେଁ କା'ର ନିଜେ ବଞ୍ଚିବାରେ ବାଇ 

ସଂସାରରେ କେହି କାହାର ନୁହଁଇ ଦୟା ମାୟା କା'ରେ ନାହିଁ ।। 

ଖାଲି ଖାଲି ଦିଶେ ପୃଥିବୀ ଭୁଗୋଳ ମୁହୂର୍ତ୍ତେ ଯାଏ ବଦଳି 

ଦେଖି ବେଳୁ ବେଳ ଦୃଶ୍ୟ ବଦଳିବ ସ୍ମୃତିର ଉହାଡ ଚିରି ।। 

ଭେଦରେ ଅଭେଦ ଅଦୃଶ୍ଯକୁ ଖେଦ ଭାରର ରହସ୍ୟ ସେହି 

ସେ ମହା ଭାରକୁ ବୋହି ଚାଲିଥାଅ ଦ୍ବିଧା ହୃଦେ ରଖନାହିଁ ।। 

ଅଳପ କଥାକୁ ସଳପେ କହିଣ କହୁ କହୁ କହିଦେଲି 

ଭାବରେ ଭାବରେ ଛନ୍ଦରେ ଛନ୍ଦିଣ ଲେଖୁ ଲେଖୁ ଲେଖିଦେଲି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama