STORYMIRROR

Pranati Acharya

Drama Tragedy Classics

4  

Pranati Acharya

Drama Tragedy Classics

ପ୍ରେରଣା ଦାୟିନୀ ମାଆ

ପ୍ରେରଣା ଦାୟିନୀ ମାଆ

1 min
260


ଏ ରମ୍ୟ ସୃଷ୍ଟିକୁ ଗର୍ଭେ ଧରି ଭାର ଦଶ ମାସ 

କାଳ ଗର୍ଭେ ନେଲା କଷଣ ଭାର, 

ହାତ ଧରି ପୃଥିବୀରେ ଚଲାଇଲା ଯିଏ 

କନ୍ଯାର ସ୍ବୀକୃତି ପାଇ ଧନ୍ୟ ମୁହିଁ ସିଏ , 

ପ୍ରେରଣାରେ ଭରା ଶ୍ରେଷ୍ଠ ଆଦ୍ୟ ଗୁରୁ ଯିଏ 

ପ୍ରେରଣାଦାୟିନୀ ପୂଜ୍ୟା ମାଆ ମୋର ସିଏ..... 

ପ୍ରେରଣାର ବେଗଗାମୀ ଶ୍ବେତ ସ୍ରୋତସ୍ଵିନୀ 

ସହନଶୀଳତା ଧର୍ଯ୍ୟର ସୁଦୃଢ ପ୍ରାଚିନୀ, 

ଲଜ୍ଜାବତୀ କୁଳୁକୁଳୁ ଝରଣାର ଜଳ 

ସ୍ନେହ ସୌହାର୍ଦ୍ଦ୍ୟ ଭକ୍ତିର ପ୍ରତିମା ବିରଳ, 

ସ୍ନିଗ୍ଧ ଶାନ୍ତ କୋମଳତା ଉସୁମ ପରଶ ଯେ ଦିଏ 

ପ୍ରେରଣାଦାୟିନୀ ପୂଜ୍ୟା ମାଆ ମୋର ସିଏ.... 

ଝୁଣା ଧୂପ ବିନା ପୁରିଥାଏ ଆତ୍ମୀୟତା ତାର 

ସ୍ନେହ ପ୍ରେମରେ ନ ଥାଏ ଆବିଳତା, 

ମାଆ' ନାମ ଠାରୁ ମିଠା ନାହିଁ ଦୁନିଆରେ 

ସେ ଯେବେ ଡା'କେ ଝିଅ ଅମୃତ ହିଁ ଝରେ, 

ରକ୍ତର ବନ୍ଧନେ ବନ୍ଧା ହୋଇଥାଏ ଯିଏ 

ପ୍ରେରଣାଦାୟିନୀ ପୂଜ୍ୟା ମାଆ ମୋର ସିଏ.... 

ପଣତ ଯାହାର ଭବ୍ୟ ଶ୍ରୀ ମନ୍ଦିର ନେତ 

ଧନ୍ୟ ତା ହୃଦୟ ମନ ଭାବନାର ମିତ, 

କହିବା ଆଗରୁ ଜାଣି ଥାଏ ମନ କଥା 

ବକ୍ଷରୁ ଅମୃତ ସମର୍ପି ସେ ଅଟେ ଶ୍ରେଷ୍ଠା, 

ଈଶ୍ବରୀୟ ଅଂଶିଦାରୀ ରମ୍ୟ ଉପହାର ଯିଏ 

ପ୍ରେରଣାଦାୟିନୀ ପୂଜ୍ୟା ମାଆ ମୋର ସିଏ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama