STORYMIRROR

Pranati Acharya

Comedy Inspirational Children

3  

Pranati Acharya

Comedy Inspirational Children

ଘରଚଟିଆ

ଘରଚଟିଆ

1 min
166

କଚିରି ମିଚିରି ଚଟିଆ

ଦେଖିବାକୁ ସେ ତ ଭାରି ଛୋଟିଆ

ମୁକ୍ତ ଆକାଶର ବିହଙ୍ଗଟିଏ ସେ

ଚିଂ ଚିଂ ଚିଂ ଚଟିଆ କରିଚି ମିଚିରି ଚଟିଆ।।


ଘରେ ଘରେ ବସା ବାନ୍ଧଇ

କଚିରି ମିଚିରି କରଇ

ଧାନବିଲେ ଜଗି ବସିଅଛି ଜେଜେ

ଖାଇଦେବ ଭାବି ଚଟିଆ କିଚିରି ମିଚିରି ଚଟିଆ ।।


ଝିକର ଛପର କୁଡିଆ

ବସାଟିଏ ବାନ୍ଧେ ଛୋଟିଆ 

ପାଠ ପଢିଅଛି କେଉଁ କଲେଜରେ 

ହୋଇଅଛି ଯନ୍ତ୍ରୀ ବଢିଆ  କିଚିରି ମିଚିରି ଚଟିଆ ।।


ଭାରି ଚଗଲି ସେ ଚଟେଇ

ଧରାଦିଏ ନାହିଁ ଫୁଲେଇ

ଧିରେ ଉଡିଯାଏ ଟିକିଏ ଫାଙ୍କରେ

ହୋଇଥିବା ଯୋଗୁଁ ଛୋଟିଆ କଚିରି ମିଚିରି ଚଟିଆ ।।


ଚାଳଘର ଛାତ ହୋଇଲା

ଚଟିଆର ଘର ଭାଙ୍ଗିଲା

ଶୁଭେନାହିଁ ଆଉ ଚିଂ ଚିଂ ରଡି

ଧାନ ଜଗୁନାହିଁ ନଟିଆ କିଚିରି ମିଚିରି ଚଟିଆ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy