Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyadarsini Das.PriYa❤️

Tragedy

3  

Priyadarsini Das.PriYa❤️

Tragedy

ହାଟ

ହାଟ

1 min
209



ହାଟ ବସିଛି ଏଇଠି 

ଏକ ଦମ୍ ଖୋଲା ହାଟ ,


ଭଳି କି ଭଳି ଚିଜ ମିଳେ ହାତ ପାଖରେ .....।


ହାଟ ଏଇଠି ମିଛୁଆ ମାନଙ୍କର,

ସତ ଏଇଠି ବିକ୍ରି ହୁଏ 

ଭାରି କମ୍ ଦାମ୍ ରେ ,


ସତ ର ପାଖେ ଛିଡ଼ା ହେବାକୁ 

ସେ ଚୋର ମାନଙ୍କୁ ଭାରି ଡର ,

ଘର କଣରେ

ଲୁଚି ରହିଯାଏ ତାଙ୍କ ଦେହ ସିଞ୍ଚି ଦେଇ ଦାମୀ ଅତର ।


ହାଟ ବସିଛି ଅମାନବିକତାର ,

ମଣିଷ ପଣିଆ ନିଲାମ କରାଯାଏ 

ବିନା ମୂଲ୍ୟରେ ......।


ହାଟ ବସିଛି 

ପଛରେ ପଣସ ଥୁଆ ,

ହାଡ଼ ଫିଙ୍ଗି ପାଇ

ବସ ହୋଇଥିବା ଚାମଚାଙ୍କର ,

ବ୍ୟକ୍ତିତ୍ଵକୁ ବନ୍ଧା ପକେଇ 

କିଣନ୍ତି ମିଛି ମିଛିକା ଖୁସିକୁ ....।


ହାଟ ବସିଛି ସ୍ୱାର୍ଥପରଙ୍କର ,

ନିଃସ୍ୱାର୍ଥରତା ଏଇଠି 

ନାଲି ଗୋଡି ସହ ଚକଟା ହେଇଯାଏ .....।


ଏ ହାଟ ରେ ପାଦ ବି ପକେଇବା 

ଭାରି ଡର....,


ଦୂରରୁ କୋଟି ଦଣ୍ଡବତ ସେ ହାଟକୁ ...।


Rate this content
Log in