STORYMIRROR

SUSHREE SANGITA

Tragedy Classics

3  

SUSHREE SANGITA

Tragedy Classics

ବିବାହ

ବିବାହ

1 min
261

ବିବାହ ନୁହେଁ ସେତ ବେଡ଼ି ପାଦର

ଅଟେ ସମ୍ପର୍କ ସେ ସାତଜନମର।

ଅଜଣା ଅଦେଖା ମଣିଷ ନୁହଁଇ 

ସେ ପରା ପୂର୍ବ ଜନ୍ମରେ ସାଥୀ ଅଟଇ।।


ବିବାହ ହୋମ କୁଣ୍ଡେ ପ୍ରଜ୍ୱଳିତ ଅଗ୍ନି

ବ୍ରାହ୍ମଣ ତୁଣ୍ଡେ ସେ ମନ୍ତ୍ରର ଧ୍ଵନି।

ସାତ ଘେରାର ସେ ପ୍ରତିଜ୍ଞା ବଦ୍ଧ

ସାତ ଗଣ୍ଠି କରେ ଦୁଇ ମନ ଆବଦ୍ଧ।।


ସିନ୍ଦୂର ସାଥିରେ ଦୁଇ ପଟ ଶଙ୍ଖା

ବିବାହରେ ମୁଖ୍ୟ ସେ ମଙ୍ଗଳ ସୂତା।

ଅପୂର୍ବ ଅଟେ ସେ ରୀତିନୀତି

ହଳଦୀ କୁଙ୍କୁମ ଅଟେ ଯାହାର ସାଥୀ।।


ବିବାହ ପରେ ଅହିଶୁଲକ୍ଷଣି ଶବ୍ଦ

ଦୂରେଇ ଦିଏ ମନରୁ ଦୁଃଖ।

ଦୁଇ ମନ ସାଥେ ଦୁଇ ନାମ ଯୋଡଇ

ଜୀବନସାଥୀର ପରିଚୟ ମିଳଇ।।


ବିବାହ ଅଟେ ଏକ ପବିତ୍ର ବନ୍ଧନ

ଯୋଡ଼ି ରଖ ତାକୁ ନ କରି ଦମନ।

ସାଂସାରିକ ଜୀବନର ଏ ପ୍ରଥମ ସିଡି

ଯିବାକୁ ହୁଏ ପ୍ରତିଟି ମାନବକୁ 

ଏହାକୁ ପାରି କରି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy