STORYMIRROR

SUSHREE SANGITA

Others

3  

SUSHREE SANGITA

Others

କଳଙ୍କର କାଳିମା

କଳଙ୍କର କାଳିମା

1 min
186

କୋଳାହଳ ମଧ୍ୟେ

ବଞ୍ଚୁଥିବା ମଣିଷଟି 

ଆଜି ପାଲଟି ଯାଇଛି ଧୀର ସ୍ଥିର।

ମୁଖରୁ ବାହାରୁଥିବା 

ପ୍ରବଚନର ସ୍ରୋତ ଧାର

କାହା ନିଷ୍ଠୁର ପଣରେ 

ପାଲଟି ଯାଏ 

ନିଶୂନର ଜୀଅନ୍ତା କବର।।


ଘଡିର ଟିକ୍ ଟିକ୍ ସହ

ହୃଦୟର ପ୍ରତିଟି ସ୍ପନ୍ଦନ

ମେଳ କରି ଶୁଣେ

ସେ ନିଛାଟିଆ ମୁହୂର୍ତ୍ତରେ।

ଛିଗୁଲା କଣ୍ଠରେ ଚିତ୍କାର କରି

ମନେ ମନେ ଗପୁଥାଏ ବସି

ସେ ଫଟା କାନ୍ଥ ଆଉ

ମାଟି ଚଉରା ମୂଳରେ।।


 ବେଳେବେଳେ

 ତେର୍ଚ୍ଛେଇ ଦେଖେ

ନିଜ ମୁହଁ ସେ ଆଇନାରେ।

ସ୍ପର୍ଶ କରି ମୁହଁର କଟା ଦାଗକୁ

ଝରାଇ ଦିଏ ସେ

ଦୁଇ ଟୋପା ଲୁହ

ବସି ନୀରବରେ।।


ଶରୀର ଯନ୍ତ୍ରଣାଠୁ 

ବଳିଯାଏ ତା ହୃଦୟ ବେଦନା

ଯେଉଁ ସମାଜ ଦେଇଥିଲା ତାକୁ 

ଉଡିବାକୁ ଦୁଇ ଡେଣା

ଆଜି କଳଙ୍କର କାଳିମା ମୁଖେ ବୋଳି

 ପକ୍ଷଚ୍ୟୁତ କରି ଛାଡିଦିଏ

ଭୋଗିବାକୁ ନର୍କ ଯନ୍ତ୍ରଣା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍