STORYMIRROR

SUSHREE SANGITA

Tragedy Others

2  

SUSHREE SANGITA

Tragedy Others

ଦାଦନ

ଦାଦନ

1 min
110

ଶିକ୍ଷିତ ବେକାରୀ ଦିନେ ମୁଁ ଥିଲି

ଗୁଜୁରାଣ ମେଣ୍ଟାଇବା ପାଇଁ

 ବିଦେଶ ଆସିଲି,

ଦାଦନ ଶ୍ରମିକ 

ଦୁଃଖେ ମୁଁ ଯେ ପାଲଟି ଗଲି

ଶିକ୍ଷାଗତ ଯୋଗ୍ୟତା ମୋର

 ପାସୋରି ଦେଲି।


ଦିନ ଥିଲା ମୁଁ ଥିଲି କଲେଜ୍ ଟପର

ଆଜି କ୍ଷୁଧା ରେ ମରୁଛି ପରିବାର ମୋହର

ଯେଉଁ ନୟନେ ଗଢୁଥିଲି ତାଜମହଲ ସ୍ୱପ୍ନର

ଆଜି ସେ ନୟନ ଭିଜୁଛି ଅଶ୍ରୁରେ କ୍ଷୁଧାର।


ସ୍ଵପ୍ନ ଥିଲା ଦିନେ ହେବି ମୁଁ 

ସରକାରୀ କର୍ମଚାରୀ

ହେଲେ ଭୋକରେ ଯାଉଛି 

ଦିନ ମୋର ଆଜି ସରି।


ଏତେ ଦୁଃଖ ଦେଇ ଭରିଲାନି

ସେ ଅଦୃଶ୍ୟ ଶକ୍ତିର ମନ

କରୋନା ପରି ପାହାଡକୁ ମୁଣ୍ଡରେ ଲଦି

ଉଡେଇ ନେଉଛି ସଭିଙ୍କ ପ୍ରାଣ।


ଦିନେ ଭୋକ ପାଇଁ ଯାଇଥିଲି 

 ବହୁଦୂରେ ଦାଦନ ଖଟି

ସେଇ ଭୋକ ପାଇଁ ଫେରୁଛି ଆଜି

ମୁଁ ମୋ ଜନମ ମାଟି।


ମାଇଲି ମାଇଲି ବାଟ ଚାଲି

ପହଞ୍ଚେ ଆଜି ସିନା ନିଜ ରାଇଜେ

ହେଲେ ପାରେନା ପହଞ୍ଚି ନିଜ ଅଗଣାରେ

ମଝି ବାଟୁ ଉଠାଇ ନିଏ ଯମ ତା ଦୁଆରେ।


ପତ୍ନୀଙ୍କ ଗର୍ଭେ ବଢୁଥିଲା ମୋ ରତନ

ଶୁଣିଥିଲି ଫୋନ ଯୋଗେ

କେମିତି ସହିବ ଜାଣି ସେ 

ତା ପିତା ଥିଲେ ଦାଦନ ଦିନେ।


ଦରିଦ୍ର ସାଙ୍ଗକୁ ଦାଦନ ଖଟଣି

ହୋଇବ ଦିନେ କାଳ ଜାଣି ତ ନଥିଲି

ଭୋକ ଉପାସେ ପରିବାର କାନ୍ଦଇ

ଶବ କୁ ମୋର ପାଖରେ ପାଇ।


ଅସହାୟ ହୋଇ ପଡ଼ଇ ମୁଁ ମଶାଣି ଭୂଇଁରେ

ତଥାପି ଆତ୍ମା ମୋର ଖୋଜିବୁଲେ କାର୍ଯ୍ୟଟିଏ ଭିଟାମାଟିରେ

କେମିତି ଭରିବି ମୁଠାଏ ଆହାର ପରିବାର ମୁଖରେ

ଅତୃପ୍ତ ହୋଇ ଘୂରିବୁଲେ ମୁଁ ଚିନ୍ତାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy