STORYMIRROR

SUSHREE SANGITA

Classics Others

3  

SUSHREE SANGITA

Classics Others

ପ୍ରତିବିମ୍ବର ରହସ୍ୟ

ପ୍ରତିବିମ୍ବର ରହସ୍ୟ

1 min
224

ସମୟ ଚକ୍ରରେ 

ସମାଜ ଆଖିରେ 

ଆଜି ସେ ଜଣେ 

ଚରିତ୍ରହିନା ନାରୀ।

କେ ବୁଝିପାରିବ

ଅନ୍ତରବେଦନା ତାର!

ଅବା ପରିସ୍ଥିତି ଜୀବନର

ଯାଇଛି ପରା ସବୁକିଛି ହାରି।


ଅତର ବାସ୍ନାରେ ମହକି ଯାଇ

ଧାଇଁ ଆସନ୍ତି ଦ୍ୱାରେ ମୁହଁ ଲୁଚେଇ,

କଳୁଷିତ କରି ତା ବେଶ୍ୟା ଶରୀର

ଚାଲିଯାଆନ୍ତି ପାଉଣା ହାତେ ଧରାଇ।


ପେଟ ପାଇଁ ବଞ୍ଚୁଥାଏ ଏଠି

ତ୍ୟାଗ କରି ସେ ଲଜ୍ଜ୍ୟାର ଓଢ଼ଣୀ,

ମଧ୍ୟ ରାତ୍ରେ ଯାଇ ଆଇନା ସମ୍ମୁଖେ

ଦେଖେ ବସି ନିଜ ପ୍ରତିବିମ୍ବ

ଲେଖିବା ପାଇଁ ସେ

ରହସ୍ୟମୟ ଅଲେଖା କାହାଣୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics