STORYMIRROR

SUSHREE SANGITA

Tragedy Others

3  

SUSHREE SANGITA

Tragedy Others

ମିଛ ଅଭିନୟର ସଂଜ୍ଞା

ମିଛ ଅଭିନୟର ସଂଜ୍ଞା

1 min
241


ଓଠର କଥାକୁ 

ଆଖିର ସହମତି ନାହିଁ

ଭାବଭଙ୍ଗୀ କହିଦିଏ

କେତେ ସତ କହୁ ଅଛୁ ତୁହି।


କଥାରେ ତୋହର ଖଣ୍ଡବାକ୍ୟ

ଯାଏ ପ୍ରକାଶିତ ହୋଇ

ମୋ ନୟନ ସହ 

ତୋ ଦୁଇ ନୟନ ମିଶେନି ଆଜି କାହିଁ।


ଶୀତଳ ପବନେ ତୋ ଦେହୁ

 ଝାଳର ଝରଣା ଆଜି ଯାଏ ବୋହି

ତୋ ମନ ଭିତର କଥା

ତୋ ଆଖି ଆସି ମୋତେ କହଇ।


କେମିତି ପାରୁଛୁରେ

ମୋତେ ଏତେ ମିଛ କହି

ବୁଝିଯାଏ ମିଛ ତୋର 

ମୁଁ ପରା ତୋ ଆଖି ଦେଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy