STORYMIRROR

Rina Parida

Tragedy

3  

Rina Parida

Tragedy

ବସନ୍ତ ପବନେ ଲୁହ ମୋ ନୟନେ

ବସନ୍ତ ପବନେ ଲୁହ ମୋ ନୟନେ

1 min
204

ବସନ୍ତ ଛୁଇଁଲା ଆଜି ମଧୁବନେ

ରାଧାରାଣୀ ଦେଖେ ସପନ

କାହାନ୍ତି ମୋ କାନ୍ତ ଶ୍ରୀ ମୁରଲୀଧର

ତାଙ୍କ ପାଇଁ ଆଜି ମୋ ମନ ଅଧୀର

ବସନ୍ତ ପବନ ପରଶ ପାଇ

ଶିହରିତ ସାରା ତନୁ ମନ

କାନ୍ତ ହେ ମୋର ପ୍ରାଣର ପ୍ରିୟ

ସମର୍ପିତ ତୁମ ଚରଣେ ମୋ ଜୀବନ

ଆହେ ନଟଖଟିଆ ଯଶୋଦା ରତନ

ଶ୍ରୀ ଅଙ୍ଗେ ଢାଳିବି ମୋ ପରାଣ

ବସନ୍ତ ଆଶିଣ ଭରିଦେଲା ପ୍ରେମ

ମଳୟ ସ୍ପର୍ଶରେ ମନେ ଭରେ କାମ

ପୁଲକିତ କରି ମୋ ଜୀବନ

ବସନ୍ତ ଭରିଲା ପ୍ରେମ ପବନ

ମନ୍ଦ ମନ୍ଦ ଚାଲିରେ ତୁମର

ଚାହାଣିରେ ଯେହ୍ନେ କାମଶର

ଜୀବନକୁ କଲ ଛାରଖାର

ପ୍ରୀତି ମୋର ତୁମେ ଚୋରେଇ ନେଲ

ପାଗେଳୀ ପ୍ରାୟ ମୁଁ ହୁଏ କଲବଲ

ଝୁରି ମୋର ତନୁ ହେଲାଣି କ୍ଷୀଣ

ହେ କୃଷ୍ଣ ଦିଅ ତୁମେ ମତେ ଶରଣ

ବସନ୍ତ ପବନେ ଲୁହ ମୋ ନୟନେ

ଚାହିଁ ଚାହିଁ ତୁମକୁ ଦିବାନିଶି ପ୍ରତିକ୍ଷଣେ ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy