Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rina Parida

Action

3  

Rina Parida

Action

ପତାକା ଲାଗି ପ୍ରାଣ ତ୍ୟଜି

ପତାକା ଲାଗି ପ୍ରାଣ ତ୍ୟଜି

1 min
156


ଏ ପତାକା ଲାଗି ତୁମ ପ୍ରାଣ ତ୍ୟଜି

କଲ ତୁମେ ସ୍ୱାଧୀନ ମହାବୀର ସାଜି |


ଭାରତମାତା ର ରଖିଦେଲ ନା

ଦେଖାଇ ସ୍ୱାଧୀନତା ର ଉଦୟ

କଲ ମୁକତି ଏ ଅମର ବାନା

ଧନ୍ୟ ଆହେ ତୁମେ ତୁମରି ଜୟ

ରଚିଗଲ ଇତିହାସ ର ଅଧ୍ୟାୟ |


ମନେପଡ଼ିଗଲେ ତୁମରି କଥା

ଲେଖିଦିଏ କିଛି ତୁମ ଗୌରବ ଗାଥା |


ରାଷ୍ଟ୍ରୀୟ ଧ୍ବଜା ଆମର ଏ ପତାକା

ସହିଦ ଙ୍କ ପାଇଁ କେତେ ଗୌରବ ଗାଥା |


ଜାତିର ପ୍ରାଣ ଜାତିର ସଂହତି

ହେଲା ଆମ ଦେଶ ମୁକତି |


ନାଲି, ଧଳା ଆଉ ସବୁଜ ରଙ୍ଗର

ପ୍ରୀତି, ମୈତ୍ରୀ, ଶାନ୍ତି ପ୍ରତୀକ ର 

ତ୍ରିରଙ୍ଗା ପତାକା ସାରା ଭାରତ ର |


ପବିତ୍ର ପୁଣ୍ୟ ପୀଠ ପବିତ୍ର ଆମ ଏ ମାଟି

ଏ ଦେଶେ ଜନମି ଧନ୍ୟ ଆମ ଜୀବନ ଟି |


ଆମେ ଭାରତବାସୀ ଗର୍ବ ଆମ ଭାରତ ର

ପୂର୍ଣ୍ଣ ହେଲା ଆଜି ଗୌରବ ଜାତିର |


ଗାନ୍ଧୀ, ଗୋପବନ୍ଧୁ, ସୁଭାଷ, ନେହରୁ

ଦେଲେ ମୁକତି ଦେଇ ନିଜ ଜୀବନ କୁ |


ରଖିଲେ ଆମ ଜାତି ର ଟେକ

କଲେ ସ୍ୱରାଜ୍ୟ କୁ ଏକ |


ନିଜ ଜୀବନ କୁ ଜଳାଞ୍ଜଳି ଦେଇ

ସାର୍ବଭୌମ ରାଷ୍ଟ୍ର ବନାଇଲେ ସେହି |


ଇଂରେଜ କୁ ଘଉଡ଼ାଇ ରଖିଗଲେ ଜୀବନି

ଦେଲେ ସ୍ୱାଧୀନତା ର ପ୍ରାଣ ସଞ୍ଜିବନୀ |


ତୁମ୍ଭ ଯୋଗୁ ଆମେ ଗର୍ବିତ ଆଜି

ଧନ୍ୟ ଧନ୍ୟ ତୁମ୍ଭେ ଭରାତସନ୍ତାନ ଧନ୍ୟ ତୁମ ରାଜି

ରଖିଗଲ ଯଶ କିରତୀ,

ପତାକା ଲାଗି ପ୍ରାଣ ତ୍ୟଜି |



Rate this content
Log in