କବିତା ଗୋ ତୁମେ
କବିତା ଗୋ ତୁମେ
କବିତା ଗୋ ତୁମେ
ଶୀତ ସକାଳରେ,
ଶିଶିରବିନ୍ଦୁ ହୋଇ ଖସ
ଚୁପି ଚୁପି ଆସି
ମୋ ମନରେ ବସି
ଖିଲିଖିଲି ହୋଇ ହସ ।
କବିତା ଗୋ ତୁମେ
ସଞ୍ଜ ନଇଁଗଲେ
ପଶ୍ଚିମ ଆକାଶେ ବିରହ ରୂପରେ ଦିଶ
ନଇଁ ନଇଁ ଯାଇ
ଜହ୍ନର ବୁକୁରେ
ଲାଜେଇ ଲାଜେଇ ହସ ।
କବିତା ଗୋ ତୁମେ
ଭଗ୍ନ କୋଣାର୍କର ଅକୁହା କଥାରେ
ଗୁମୁରି ଗୁମୁରି କାନ୍ଦ
ବିଜନ ବେଳାରେ ନିର୍ଜନ ଦ୍ବୀପରେ
ଦିଅ ସାହିତ୍ୟର ଗନ୍ଧ ।
କବିତା ଗୋ ତୁମେ
ମଧୁ ଭରା ଶେଯେ
ଅତର ପରି ମହମହ ହୋଇ ବାସ
ପ୍ରୀତି ପ୍ରଣୟରେ ପ୍ରେମିକର ନେତ୍ରେ
ଢାଳିଦିଅ କାବ୍ୟ ରସ ।
କବିତା ଗୋ ତୁମେ
ନୀରବ ଗମ୍ଭୀର ସ୍ୱରରେ
ଅନ୍ୟାୟ ପାଇଁ କର ବିଦ୍ରୋହ
ଜାତି ଇତିହାସେ ରଖି ଦେଇ ଗାଥା
ସମାଜରେ ସଚେତନତାର ବାରି ସିଞ୍ଚ ।