STORYMIRROR

Rina Parida

Thriller

3  

Rina Parida

Thriller

ମୁଁ ବି ଚାହେଁ

ମୁଁ ବି ଚାହେଁ

1 min
198

ମୁଁ ବି ଚାହେଁ

ରଙ୍ଗୀନ ପ୍ରଜାପତି ଟିଏ ହେବାକୁ

ଫୁଲରୁ ଫୁଲ ଉଡି ଉଡି

ମଧୁକୁ ଚୁମିବାକୁ  ।


ମୁଁ ବି ଚାହେଁ

ଖୋଲା ଆକାଶ ତଳେ ଉଡି ବୁଲିବାକୁ

ପକ୍ଷୀଟିଏ ହୋଇ କାହିଁ କେତେ ଦୂର ଭ୍ରମିବାକୁ

କୋଇଲି ହୋଇ କୁହୁ କୁହୁ ଗାଇବାକୁ ।


ମୁଁ ବି ଚାହେଁ

ଅନ୍ଧାରୀ ମୂଳକରେ ଫୁଟି ଉଠିଥିବା,

ଜହ୍ନ ରାଇଜରେ

କେବଳ ଥରୁଟିଏ ପାଇଁ ବୁଲି ଆସିବାକୁ  

ସ୍ବର୍ଗରେ ମହମହ ବାସୁଥିବା ପାରିଜାତରୁ ଗୋଟିଏ ଆଣିବାକୁ ।


ମୁଁ ବି ଚାହେଁ

ଶ୍ରାବଣର ପହିଲି ଛିଟାରେ ଭିଜିବାକୁ

ଫଗୁଣର ସାତ ରଙ୍ଗକୁ ଦେହେ ବୋଳିବାକୁ

ପ୍ରେମର ଆବେଗ କୁ ଅନୁଭବ କରିବାକୁ   ।


ମୁଁ ବି ଚାହେଁ

ହାତରେ ମେହେନ୍ଦି, ପାଦରେ ଅଳତା

ମଥାରେ ସିନ୍ଦୁର ନାଇଁବାକୁ

ହେଲେ ଭାରି ଡର ଲାଗେ ଏ ସମାଜକୁ  ।


ମୁଁ ବି ଚାହେଁ

ସବୁ ଲୁହକୁ ଆଖିରୁ ନିଗାଡ଼ି ଦେବାକୁ

ଅକୁହା ବେଦନାକୁ କାହା ଆଗରେ କହି ଦେବାକୁ

ସ୍ୱାଧୀନା ଭାବରେ ବଞ୍ଚିବାକୁ 

କିନ୍ତୁ, ମୁଁ କହି ପାରେନା

ମୁଁ ସହି ପାରେନା

ଛାତି ତଳେ ଦୁଃଖକୁ ଲୁଚାଇ ମୁଁ ରହିବି ପାରେନା  ।


ମୁଁ ବି ଚାହେଁ

ଏଇ ନୀରବତା ଭରା ଜୀବନରେ

ସବୁଦିନ ପାଇଁ କେଉଁ ଏକ ଅଜଣା ଦେଶରେ ହଜିଯିବାକୁ !

ନା ଥିବ ସେଠାରେ ଯନ୍ତ୍ରଣା, ବେଦନା ନା ଥିବ ସଂଘର୍ଷ

ନା ଥିବ କେଉଁ କାମନା

ସେ ଅଜଣା ଦେଶରେ ସବୁଦିନ ପାଇଁ ହଜିଯିବାକୁ,

ମୁଁ ବି ଚାହେଁ

ହଁ ! ମୁଁ ବି ଚାହେଁ

ମୃତ୍ୟୁକୁ ହଁ ମୃତ୍ୟୁକୁ  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller