STORYMIRROR

Pabitra Sahu

Classics Fantasy Thriller

5  

Pabitra Sahu

Classics Fantasy Thriller

କାଳିଆ ମୋର

କାଳିଆ ମୋର

1 min
424


ଜହ୍ନ ପରି ହସୁଛି କାଳିଆ ମୋର 

     ରଥରେ ଯିବ ବୋଲି ମାଉସୀ ଘର

 କୁଣ୍ଡ ପିଠା ଖାଇବ 

     ନଅ ଦିନ ରହିବ, 

        ଭାଇଭଉଣୀ କୁ ନେଵ

         ବହୁଡ଼ରେ ଫେରିବ, 

ଲକ୍ଷ୍ମୀ ଠାକୁରାଣୀ ଏକା ହୋଇବେ ପର

          ଜହ୍ନ ପରି ହସୁଛି ଲୋ...।। ୦।। 


ଆଗେ ଆଗେ ବଡ଼ ଭାଇ ବଳିଆ ରଥ

     ପଛରେ ଯିବ ତୁମେ କାଳିଆ ସାଆନ୍ତ। 

ମଝିରେ ସାନ ଭଉଣୀ ସୁଭଦ୍ରା ରଥ 

     କେଡେ ସୁନ୍ଦର ତୁମର ସେ ଘୋଷଯାତ। 

  ଦେବଦାସୀ ମାନେ ଆଗେ 

    ନାଚିବେ ଘୁଙ୍ଗୁର ସଙ୍ଗେ, 

      ପଣ୍ଡା ପରି ହାରି ମାନେ

         ଝୁମନ୍ତି ଘଣ୍ଟର ତାନେ, 

କୃପା ବରଷା କର ହେ କଳା ଠାକୁର

        ଜହ୍ନ ପରି ହସୁଛି ଲୋ ....।। ୧।। 


ଆନନ୍ଦ ମନେ ଭକତ ଟାଣିବେ ରଥ 

    ତା ' କରୁଣା ବଳେ ହେବ ସୁଗମ ପଥ । 

ଭକତି ଅନ୍ତରେ ଭକ୍ତ ଗାଇଣ ଗୀତ

    ମୋହ ମାୟା ଭୁଲିଯାଇ କରିବେ ନୃତ୍ୟ। 

 ସରଗରୁ ଦେବଗଣ

   ଉହ୍ଲାଇ ଆସିବେ ପୁଣି , 

    ଭକତ ସଙ୍ଗତେ ମିଶି

     ନଚୁଥିବେ ହୋଇ ଖୁସି, 

ଆହାକି ଅପୂର୍ବ ଦୃଶ୍ୟ ପୁରୀ ଧାମର 

       ଜହ୍ନ ପରି ହସୁଛି ଲୋ ....।। ୨।। 

**********"""""""""**********

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics