STORYMIRROR

Pabitra Sahu

Inspirational Others Children

4  

Pabitra Sahu

Inspirational Others Children

ଟିକି ଆଶା

ଟିକି ଆଶା

1 min
231


ଟିକି ପିଲାଟିଏ କର ଜଗଦୀଶସଭିଏଁ କରିବେ ଆଦର

ନାଚି ଖେଳି ବୁଲୁଥିବି ନିତିନଥିବ ଅବସର ଡର। 


ଧୂଳିରେ ଖେଳିବି ଧୂଳି ଘର କରି ଗଢ଼ିବି ଟିକି ମନ୍ଦିର

ଟିକି ଠାକୁରଙ୍କୁ ପ୍ରଣାମ କରିବି ଟିକି ହାତ ଯୋଡ଼ି ମୋର। 


ଟିକି ଚଢ଼େଇଟେ କରି ଦିଅ ମୋତେ ଡେଣା ଝାଡ଼ି ଉଡ଼ୁଥିବି ଆକାଶ ବକ୍ଷରେ ମେଘ ମଲ୍ଲାରରେ ଜହ୍ନ ମାମୁଁଙ୍କୁ ଖୋଜିବି।


ପବନର ତାଳେ ଡାଳ ଗହଳରେ ଦୋଳି ଖେଳେ ମଜ୍ଜି ଯିବି

ବନ ଫଳ ଖାଇ ସାଙ୍ଗସାଥୀ ମେଳେ ଗୀତ ଗାଇ ନାଚୁଥିବି। 


ଟିକି ଝରଣାଟେ କରି ଦିଅ ମୋତେ ଡେଇଁ ଡେଇଁ ଯାଉଥିବି

ପାହାଡ଼ ଛାତିରେ ଅଙ୍କାବଙ୍କା ହୋଇକୁଳୁକୁଳୁ ଗାଉ ଥିବି।


ସୂରୁଜ କିରଣ ବାଜି ଗଲେ ଥରେ ଚକମକ ଚମକିବି

ଶୋଷିଲା ଲୋକର ଶୋଷ ମେଣ୍ଟାଇଣ ନଦୀ ପାଶେ ଧାଇଁଯିବି। 

ଟିକି ଗଛଟିଏ କରିଦିଅ ମୋତେ ଫୁଲ ଫୁଟି ହସୁଥିବି

ସବୁରି ମନକୁ କିଣି ନେବା ପାଇଁ ବାସନା ବିତରୁ ଥିବି।


ଭୋକିଲା ଲୋକଙ୍କ ଭୋକ ନାଶିବାକୁ ମିଠା ଫଳ ଯୋଗାଇବି ସବୁଜ ସୁନ୍ଦର ପତର ଭିତରୁ ନିତି ଅମ୍ଳଜାନ ଦେବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational