STORYMIRROR

Pabitra Sahu

Action Inspirational Others

4  

Pabitra Sahu

Action Inspirational Others

ନାରୀ ନାରାୟଣୀ ଶକ୍ତି ସ୍ୱରୂପିଣୀ

ନାରୀ ନାରାୟଣୀ ଶକ୍ତି ସ୍ୱରୂପିଣୀ

1 min
269

ଚଳ ଯୁଗ ନାରୀ ମନେ ଗର୍ବ ବହି

ଭ୍ରମଣ କରନ୍ତି ନିଶାସକ୍ତ ହୋଇ। 


ଲଜ୍ଜା ଭୂଷଣକୁ ଦୂରେ ତଡ଼ିଦେଇ 

ଅର୍ଦ୍ଧନଗ୍ନ ପ୍ରାୟ ପୋଷାକ ପିନ୍ଧଇ। 


ଉନ୍ମାଦ ପୁରୁଷ ଦେଖିଲେ ଅବଳା

କାମୁକ ନିଶାରେ ଯେସନ କାଙ୍ଗାଳା ।


ରକ୍ତ ମାଂସ ଶୋଷି ଉପଭୋଗ କରି

ସମାଜକୁ କହେ, ଦେଖ ବେଶ୍ଯା ନାରୀ ।


କିଏ ପାଗଳିନୀ କିଏ ଭିକାରୁଣୀ

ବୁଲନ୍ତି ଅନେକ ନିସାହା ତରୁଣୀ। 


ପୁରାଣର ସୀତା, ସାବିତ୍ରୀ, ଦୌପଦୀ

ଗୁଣବତୀ ସଙ୍ଗେ ସେ ଚରିତ୍ର ବତୀ। 


ବୀରାଙ୍ଗନା ଥିଲେ ରାଣୀ ଲକ୍ଷ୍ମୀ ବାଇ

ଅନ୍ୟାୟ ବିରୁଦ୍ଧେ ଲଢୁଥଲେ ସେଇ। 


 ଜାଣିଛି ନାରୀ ତୁ ଅଟୁ ନାରାୟଣୀ, 

କାହିଁ ତୋର ବେଶ ଶକ୍ତି ସ୍ବରୂପିଣୀ ।


ଅସତ୍ଯ ରକ୍ତରେ ଲେଖିଦେ ତୁ ହିଂସା

ନାଶ ହୋଇଯିବେ ଅନେକ ମହିଷା ।


ନବ ପଲକରେ ଭରିଯିବ ଧରା

ସମ୍ମାନ ମର୍ଯ୍ୟାଦା ଲଭିବୁ ଅସରା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action