STORYMIRROR

Pabitra Sahu

Comedy

4  

Pabitra Sahu

Comedy

ଶାଳୀ ସହ ମେଢ଼ ବୁଲା

ଶାଳୀ ସହ ମେଢ଼ ବୁଲା

1 min
353


ବାହାରିଲି ମୁହିଁ ଶଶୁର ଘର

   ପୂଜା ମେଢ଼ ଦେଖି ଅନୁଗୋଳର। 

ଶଶୁର ଘରେ ପହଞ୍ଚିଲି ଯାଇ 

   ଶଳା ଜର କା' ସାଥେ ଯିବି ଚିନ୍ତଇ। 

ଶାଳୀ ଆସି ହାତ ମାରି କାନ୍ଧରେ

  କହିଲା ଚିନ୍ତା କରନା ମୁଁ ଯିବି ସାଥୀରେ। 

କ୍ରପ୍ ଟପ୍ ଆଉ ହଟ୍ ପ୍ୟାଣ୍ଟ୍ ପିନ୍ଧି 

    ଅଧାରୁ ଅଧିକ ଅଙ୍ଗ ଦେଖେଇ। 

 ନାଲିନାଲି ଓଠ ମୁକୁଳା କେଶ

    ଅତର ରେ ଘର ଅଗଣା ବାସ । 

ବାହାରିଲି ସଞ୍ଜେ ମୋ ସାଥିରେ

    ଲାଖି ଗଲା ଆଖି ତା' ରୂପରେ। 


ତା' ହାତରେ ଛନ୍ଦି ମୋ ହାତକୁ 

    ଚାଲିଲୁ ମେଢ଼ ଦେଖି ଯିବାକୁ। 

ବୁଲିବୁଲି ଟୋକା ଚାହିଁଲେ ୟାକୁ

    ଲାଜ ଲାଗୁଥାଏ ମୋ ମୁହଁକୁ। 

ଆଇସକ୍ରିମ, ଗୁପଚୁପ,ଚାଟ୍ ଖାଇଲା 

    କେତେ ଦିନରୁ ସେ ଭୋକିଲା ଥିଲା । 

ଚିକେନ ତନ୍ଦୁରି ପୁଣି ଖାଇଲା

   ଗରମ ପକେଟ୍ ମୋର ଥଣ୍ଡା କରିଲା । 

କହିଲା ଭେଣେଇ ଚେନ୍, ମୁଦି

    ଲିପଷ୍ଟିକ୍, ଇଅରରିଂଗ୍ କିଣି ଦିଅ ଜଲଦୀ। 

କହି ହେଉ ନାହିଁ ଗୋଟିଏ ଶାଳୀ

    ସହି ହେଉ ନାହିଁ ମୁଣ୍ଡ ଯାଏ ଜଳି। 


ପକେଟର ଟଙ୍କା ହେଲା ନିଅଣ୍ଟ

   ଏ.ଟି.ଏମ୍ ରୁ ଟଙ୍କା କଲି ଆଉଟ। 

ମେଢ଼ ବୁଲି ବୁଲି ଗୋଡ଼ ଥାକିଲା

   ଶାଳୀ ପାଇଁ ମୋର ମୁଣ୍ଡ ବିନ୍ଧିଲା। 

କହିଲି ସମୟ ସାଢ଼େ ଏଗାର

    ଘରକୁ ଯିବା ବେଗେ ବାହାର । 

ଆଉ ଟିକେ ରୁହ ସେ କହୁଥିଲା

   ଥକି ଗଲି ଜାଣି ଚାଲି ଆସିଲା। 

ଶଶୁର ଘରକୁ ପହଞ୍ଚି ଆସି 

    ଦୀର୍ଘ ନିଃଶ୍ବାସ ଟେ ମାରିଲି ବସି । 

ସକାଳ ପାଉଣୁ ଘର ଫେରିଲି 

   ମେଢ଼ ବୁଲିବା ସେଦିନୁ ଛାଡିଲି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy