ଜୀବନ ଏକ ରଙ୍ଗମଞ୍ଚ
ଜୀବନ ଏକ ରଙ୍ଗମଞ୍ଚ
କେବେ କବି ଟିଏ ହୋଇ ଲେଖେ କବିତା
ଏ ମୋର ହୃଦ ମନ୍ଦିରରେ
ଲେଖୁଛି, ଜାଗୁଛି, ଉଠୁଛି,ଗାଉଛି
ଏ ଧରା ଧାମ ରେ ।
ଗାୟିକା ନୁହେଁ ମୁ ଗୀତ ଗାଏ କେବେ
ପ୍ରଭୁ ତୁମ ରି ଚରଣେ
ନାୟିକା ନୁହେଁ ମୁ ଅଭିନୟ କରେ
ଏ ଜୀବନର ରଙ୍ଗମଞ୍ଚ ରେ ।
ଭକତ ଟେ ନୁହେଁ ପୁଣି ଭକତି କରେ
ଏଇ ଧରମ ସାଗରରେ
ଶିକ୍ଷିକା ନୁହେଁ ମୁ ଶିକ୍ଷାଦାନ କରେ
ଏ ଜୀବନ ରଙ୍ଗମଞ୍ଚରେ ।
ନାରୀ ଟିଏ ତ ମୁ ଅଟଇ
ଏ ପଙ୍କିଳ ପରିବେଶରେ
ନୁହଇ ଗାୟିକା ଅବା ଲେଖିକା
ନୁହଇ କବି ନୁହେଁ ମୁ ଶିକ୍ଷିକା ।
ନୁହଇ ମୁ କିଛି କରି ଚାଲିଛି ଏଇ ସୋପାନ
ବିଧାତାଙ୍କ ନିର୍ଦେଶରେ
ଦେଖୁଛନ୍ତି ସେ ମୋ ସବୁ ସୋପାନକୁ
ସୃଷ୍ଟିର ଏ ଦୂରଦର୍ଶନରେ ।
ଖାଲି ମୁ ମାଧ୍ୟମ ଏ ଭବଶାଗରେ
ସେ ସବୁର ମୂଳ
ତଉଲିବେ ସେ ଧର୍ମ ନିକିତିରେ
ମୋ ପାପ, ପୁଣ୍ୟର ସବୁ କାଳ ।
ମୋ ପାପ, ପୁଣ୍ୟକୁ କରିବେ ସେ ଗଣନା
କରିବେ ସେ ଅଭିନୟର କଳନା
ଦେଖି କେବେ ହସିବେ, କେବେ ହେବେ ବିଚଳିତ
ସୃଷ୍ଟିର ସର୍ଜନାରେ କେତେ ପୁଣି କବଳିତ ।