STORYMIRROR

Rina Parida

Others

4  

Rina Parida

Others

ସୌନ୍ଦର୍ଯ୍ୟ ଏଇ ପ୍ରକୃତିର

ସୌନ୍ଦର୍ଯ୍ୟ ଏଇ ପ୍ରକୃତିର

1 min
266

ବିହଙ୍ଗମ ଊଡେ ସୁନୀଳ ଆକାଶେ 

ପ୍ରଭାତ ର ରବି ଉଦେ ରକ୍ତାଭ ଆକାଶେ 


ସୁରୁଜ କିରଣେ କେଡେ ଆମୋଦ ରେ 

ପ୍ରସ୍ଫୁଟିତ ହୁଏ କମଳ କେଡେ ସରାଗ ରେ 


ସମୀର ସ୍ରୋତରେ ଭାଶିଯାଏ ଯେବେ 

ବରଶା ଝରଇ ନଭେ 


ସାତ ରଙ୍ଗ ର ସେ ଧନୁ 

ଦେଖିଲେ ହୁଅଇ ରୋମାଂଚିତ ତନୁ 


ଉଦବିଗ୍ନ ହୋଇ ବହେ ଯେବେ ଢେଉ

ତରଙ୍ଗାୟିତ କରି ଖେଳେ କେତେ ସେହୁ 


ଗ୍ରୀଷ୍ମ ପରେ ଯେବେ ବର୍ଷା କରଇ ଗମନ 

ଗୁଂଜରିତ କରେ ତେବେ ପ୍ରାଣ ଆଉ ମନ 


ପ୍ରକୃତି ହୋଇ ଉଠେ ଚଳଚଂଚଳ 

ଝରିବା ରୁ ସେ ଅମୃତ ର ଜଳ 


ପାଟପରିଧାନ କରେ ସବୁଜିମା ର 

ଆଶିଷ ଦେଉଛି ଯେହ୍ନେ ବଢ଼ାଇ ତା କର 


ମନଲୋଭା ଦିବ୍ୟଶୋଭା ତା 'ର ଶୁସମା 

ନିଜେ ସେ ନିଜର ହିଁ ଉପମା 


ବର୍ଣ୍ଣିବି କେମନ୍ତେ ଶୁସମା କୁ ତାର 

ସୌନ୍ଦର୍ଯ୍ୟ ଏଇ ପ୍ରକୃତି ର |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍