କିଛି କଥା ଏଇ ଭୁବନରୁ
କିଛି କଥା ଏଇ ଭୁବନରୁ
ନିଶା କିଛି କହେ ମାନବ ଜୀବନେ
କରିବାକୁ କିଛି ବିଶେଷ
ଭାଷା କହେ ସାହିତ୍ୟ ସାଧନେ
ଲେଖିବି ମୁଁ ଅଶେଷ ।
ଫୁଲ କହେ ଦେବତା ମସ୍ତକେ
ଲାଗି ମୁଁ ହୋଇବି ଧନ୍ୟ
ନାରୀ ରୂପୀ ଫୁଲ ପୁରୁଷ ଜୀବନେ
କେବେ କୁସୁମିତ ପୁଣି ଘୃଣ୍ୟ ।
ଗଛ କହେ ପରହିତ ରେ
କାଟିବି ମୋହର ଜୀବନ
ମାନବ ରୂପୀ ଏ ଓଲଟ ବୃକ୍ଷ
ଗଛ ପରି ଉପକାରୀ କୁ କାଟି କରଇ ଶୂନ ।
ଦିବା କହେ ବିଶ୍ୱକୁ କରିବି ଆଲୋକିତ
କିରଣ ପାଇବ ସାରା ଜଗତ
ରାତ୍ରି କରେ ଅନ୍ଧକାର ଘୋଟି
କୁସ୍ଚିତ କାମର ଆଗତ ।
ମନ କହେ କାମନା ବାସନା ରେ
ହୋଇବି ଆଜି ମୁଁ ଲୀନ
ବିବେକ କୁହଇ ବିଧାତା ଚରଣେ
ରଖିବି ନିରତେ ଲୟ ।
ସର୍ବୋପରି ଦୀନ ଦୁଃଖୀଟି କହେ
କୁଟୁମ୍ବ ପୋଷଣ ହେଉ ସାରାଦିନ
ଜଗତର ଜନ ଲଭି ଆଶିଷ
ପରହିତରେ ସେବା ଟିକେ ଦେଇ
ଦିଅ ହେ ମାନବ ଧ୍ୟାନ ।