Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rina Parida

Action Inspirational

3  

Rina Parida

Action Inspirational

ଦୀପ ଟିଏ

ଦୀପ ଟିଏ

1 min
160


ଆଜ୍ଞାନାନ୍ଧକାର ରୁ ମୁକ୍ତି ଦିଏ ଦୀପ ଟିଏ

ଅଧର୍ମ ଉପରେ ଧର୍ମର ବିଜୟ କରେ ଦୀପଟିଏ ।


ଆଲୋକତ୍ୱ ରେ ଭରିଦିଏ ଦୀପଟିଏ

ସତ୍ୟପଥ ରେ କଢେଇ ନିଏ ଦୀପଟିଏ ।


ଦୀପଟିଏ ଖୁସି,ପ୍ରୀତି, ସନ୍ତୋଷ ର

ଦୀପଟିଏ ଧର୍ମ, ନ୍ୟାୟ, ସତ୍ୟର ।


ଦୀପଟିଏ ଅନ୍ଧକାର ଦୂର କରି ଭରେ ଆଲୋକ

ଦୀପଟିଏ ଭରିଦିଏ ମନରେ ଅନେକ ଅନୁରାଗ ।


ଦୀପର ଆଲୋକ ଶିଖାଏ ବହୁତ କଥା

ତାକୁ ବୁଝିପାରିଲେ ବନିବ ତୁମ ର ମହାପୁରୁଷ ଭଳି ଜୀବନ ଗାଥା ।


ଛାଡ଼ ଜାତିଭେଦ ହୁଅ ସଭିଁଏ ଏକ

ହେ ଭାରତବାସୀ

ବିଭିନ୍ନତା ସତ୍ତ୍ୱେ ଆମ ସଭିଙ୍କର

ମଣିଷ ଜାତି ।


ଏହି ଜାତିକୁ ଛାଡିଲେ ନାହିଁ

ହିନ୍ଦୁ, ଇସଲାମ, ଖ୍ରୀଷ୍ଟିଆନ ସ୍ୱଜାତି ।


ଦୀପଟିଏ ଆଲୋକ ଦିଏ ନ ରଖି

ଜାତିଭେଦ ପ୍ରଥାକୁ

ସେମିତି ଛାଡ଼ ହେ ଜନ୍ମଭୂମି ର ସୁଯୋଗ୍ୟ ସନ୍ତାନ

ଏହି ଅଧର୍ମ ରୀତିକୁ ।


ଏକତା ବଳରେ ଭାରତ ଯିବ ବହୁ ଆଗକୁ

ସାରାବିଶ୍ୱେ ଗୌରବ ଖେଳାଇ

ଯିବ ଆଗକୁ ।


ଶାନ୍ତି, ପ୍ରୀତି, ସନ୍ତୋଷ, ସ୍ନେହ

ଶ୍ରଦ୍ଧା, ଭଲପାଇବା ଦିଅ ସଭିଙ୍କୁ

ମାନଅଭିମାନ ଭୁଲି

ଦିଅ ଭାରତ କୁ ଆଦର୍ଶରେ ସଜାଡି

ସଭିଙ୍କୁ ଦିଅ ସମ୍ମାନ

ତେବେ ଯିବ ସଭିଁଏ ଆଗକୁ ।


ଶେଷେ ହୋଇବ ସତ

ଜାତିପିତାଙ୍କର ଏହି ମତ

ସପନ ହୋଇବ ସତ

ରାମରାଜ୍ୟ ବନିବ ଆମ ଏ ଭାରତ ।


Rate this content
Log in

Similar oriya poem from Action