Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rina Parida

Classics

3  

Rina Parida

Classics

ସେହି ମୋ ଭାରତ ଦେଶ

ସେହି ମୋ ଭାରତ ଦେଶ

1 min
198


ଯେଉଁ ଦେଶର ପୁଣ୍ୟ ବକ୍ଷରେ

ପାଦ ଦେଲି ଯେବେ ଆଗ,

କଲା କେତେ ଆଦର

କେତେ ମିଠା ତାର ସରାଗ |


ଧୀରେ ବଢ଼ିଲି ବଡ଼ ମୁଁ ହେଲି

ଜାଣିଲି ଗାଥାକୁ ତାର |


ପବିତ୍ର ଏ ଭାରତ ସାରା ଦେଶରେ

କେହି ନୁହେଁ ତାର ସମ |


ବହେ ଯୁଠି ଗଙ୍ଗା, ବୈତରଣୀ ପୁଣି

ବ୍ରହ୍ମପୁତ୍ର, ସିନ୍ଧୁ ନଦୀର ଜନମ |


ସାଗର ଯାହାର ଚରଣ ଧୁଏ

ହିମାଳୟ ପୁଣି ପ୍ରହରୀ ଜାଣ |


ଶୁଣାଯାଏ ଯୁଠି ବେଦର ଓଁକାର

ସେହି ମୋ ଭାରତ ଦେଶ,

ପୁଣ୍ୟମୟୀ ଗଙ୍ଗା ବହେ ଯା ଶରୀର |


ଯେ ଦେଶେ ଜନମି ଗାନ୍ଧୀ, ଗୋପବନ୍ଧୁ

ରଖି ଗଲେ ତାଙ୍କ ନାମ |


ବାଳଗଙ୍ଗାଧର ତିଳକ, କବି ଫକୀର ମୋହନ

କଲେ ସ୍ୱରାଜ୍ୟକୁ ଏକ |


ସ୍ଵଭାଵ କବି ଗଙ୍ଗାଧର ରାଧାନାଥ କବିବର

ପ୍ରକୃତିକୁ ଦେଲେ ବଖାଣି

ରଖିଗଲେ କାଳଜୟୀ ଲେଖା ତାଙ୍କର |


କଳା ସଂସ୍କୃତିରେ ଯେ ଅମର

ଦେଶୁ ଦେଶରେ ଯେ ସାର,

ସେହି ମୋ ଭାରତ ଦେଶ |


କେତେ ବୀର ପୁଣି ସ୍ବର୍ଣ୍ଣାକ୍ଷରର ପରଶ

ବହିଛି ବିହିରେ ଅଜସ୍ର କିରତୀର ଯଶ |



Rate this content
Log in

Similar oriya poem from Classics