STORYMIRROR

DR SAMIR RANJAN BEHERA

Romance Inspirational Thriller

4  

DR SAMIR RANJAN BEHERA

Romance Inspirational Thriller

କପୋତ କପୋତୀ

କପୋତ କପୋତୀ

2 mins
409


ଦିନେ କପୋତ କପୋତୀ ଭେଟ ହେଲା

ଆଖିରେ ଆଖି ମିଶିଲା

ମନରେ ମନ ମିଶିଲା

ବନ୍ଧୁତା ହେଇଗଲା

ଧୀରେ ଧୀରେ ସେ ବନ୍ଧୁତା ବଢି ଚାଲିଲା

ଆଉ ତାହା ଶେଷରେ ପ୍ରେମ ହେଇଗଲା ll

ପ୍ରେମ ଦୁନିଆରେ ହଜିଣଗଲେ

ଓଠ ରେ ପ୍ରେମ ଗୀତି ରଚିଲେ

ନୀଳ ଆକାଶ ରେ

ଏଣେ ତେଣେ ଉଡି ବୁଲିଲେ

ରଙ୍ଗୀନ ଦୁନିଆ ରେ ମଜଗୁଲ ହେଲେ

ପ୍ରେମ ରେ ଅନ୍ଧ ହେଇଗଲେ

ଆଉ ଶେଷରେ

ଦୁନିଆ କୁ ଚିହ୍ନିବା ଆଗରୁ

ଶରୀର ର ବାସ୍ନା ରେ ମତୁଆଲା ହେଇଗଲେ ll

ଘରେ ଜାଣିଲେ ସମାଜ ଜାଣିଲା

ଦାଣ୍ଡରେ କଥା ପିଣ୍ଡାରେ ପଡିଲା

କପୋତ କପୋତୀ ଙ୍କ ଭାଳେଣି ପଡିଲା

କଣ କରିବା କେମିତି ଏକାଠି ହେବା

ମୁଣ୍ଡରେ ଦୁନିଆ ଚିନ୍ତା ଘୁରି ବୁଲିଲା

ବାପା ବୁଝେଇଲେ ମା ବୁଝେଇଲା

ଦୁନିଆ ଲୋକ ହସା କଲା

କିଛି ଫଳ ନହୋଇଲା

ବରଂ କପୋତ କପୋତୀ ଆହୁରି

ଜିଦି ଜିଦି ହେଇଗଲେ ll

କପୋତ କପୋତୀ ଙ୍କୁ ବାପା ମା ତାଗିଦ କଲେ

ତଥାପି କାହାକଥା ନ ଶୁଣିଲେ

ଲୁଚି ଲୁଚି ମିଶିବାକୁ ଲାଗିଲେ

ଝରଣା ପୋଖରୀ କୁଳ କିଛି ନ ମାନିଲେ

ଯୌବନ ର ସୀମା ଡେଇଁ ଗଲେ

ଶେଷରେ ଲୁଚି କରି ବାହା ହେଇଗଲେ ll

ବାହାଘର ର ଗୋଟେ ବର୍ଷ ବିତିଗଲା

ଯୌବନ ର ଉଦ୍ଧାମ ଶୀତଳ ପଡିଗଲା

କୁନି କପୋତ ଟେ ବି ଆସିଗଲା

ଘର ଅବଶ୍ୟତା ବଢ଼ିବାରେ ଲାଗିଲା

କପୋତୀ ର ଡିମାଣ୍ଡ ବଢିଲା

କପୋତ ପୂରଣ କରିବାରେ ଅକ୍ଷମ ହେଲା

ଗଧ ଗାଇ ପରି ଏଣେ ତେଣେ ଖଟିଲା

ତଥାପି ପରିବାର ପୋଷି ନ ପାରିଲା ll

ଦିନ ବିତିଗଲା

କପୋତ କପୋତୀ ଖାଲି ଝଗଡା ରେ ମାତିଲା

ଦିନେ କପୋତ ଟି ମଦ ପିଇଲା

ଡକାୟତି କଲା

 ପୋଲିସ ହାତରେ ଧରା ପଡିଲା

ପ୍ରବଳ ମାଡ ଖାଇଲା ଜେଲ ଗଲା ll

ଦୁଇ ବର୍ଷ ପରେ କପୋତ ଜେଲ ରୁ ଫେରିଲା

ଦେଖିଲା

କପୋତୀ ଆଉ ଗୋଟେ ବସା ରେ ବସିଥିଲା

ଧନ ଧାନ୍ୟ ରେ ପୂର୍ଣ୍ଣ ଥିଲା

କେଡେ ବଡ କୋଠା ଆଉ ଆଗରେ ଦାମୀ କାର ଥିଲା

କୁନି କପୋତ ଟି ଖିଲି ଖିଲି ହସୁଥିଲା

କପୋତ ଆଖିରୁ ଲୁହ ବୋହି ଆସିଥିଲା 

କହିବାକୁ କିଛି ଭାଷା ନଥିଲା ll

ନିଜ ଘରକୁ ଗଲା

ବାପା ମା ଗୋଡ ଧରି କାନ୍ଦିଲା

ବାପା କିନ୍ତୁ ନିଷ୍ଠୁର ହୋଇଲେ

କପୋତ କୁ ଘରୁ କାଢ଼ିଦେଲେ

ନଦୀ ପଠା କୁ ଗଲା

ପ୍ରଚୁର ମଦ ପିଇଲା

ଆଉ ଶେଷରେ କପୋତଟି ର

ଜୀବନ ଦୀପ ଲିଭିଗଲା

କପୋତ କପୋତୀ କାହାଣୀ ସରିଗଲା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance