STORYMIRROR

Sunanda Mohanty

Action Classics Thriller

3  

Sunanda Mohanty

Action Classics Thriller

ମାଆ ଦଶଭୁଜା

ମାଆ ଦଶଭୁଜା

1 min
129


ମାଆ ଦଶଭୁଜା ଅଗ୍ନିରୁ ଶମ୍ଭୂତା

ବ୍ରହ୍ମା ଦେଲେ ନାମ ମୋହିନୀ

ହସ୍ତେ ଦେଲେ ଦେବଦେବୀ ସର୍ବେ

ଅସ୍ତ୍ର ପାଇ ମାଆ ରଖ ସ୍ଵର୍ଗ ମେଦିନୀ

ମହିଷାସୁର ଓ ଶୁମ୍ଭ ନିଶୁମ୍ଭ ନିହତ କରି ମାଗୋ

ରଖିଲ ଇନ୍ଦ୍ରପୁର ଐରାବତ ପାରିଜାତ

ଦୁର୍ଗା ମାଆ ତୁମେ ଏହି ଦଶହରା ଦିନେ

ଆସିଥିଲେ ସାଜି ମହିଷାମର୍ଦ୍ଦିନୀ

ପ୍ରତିବର୍ଷ ଆସ ମାଟି ମଟାଳରୁ

ଶିଳ୍ପୀ ଗଢେ ନିହଣରେ ତାର ସୃଜନୀ

ଦୁର୍ଗା ମାଆ ପୂଜି ବରଦାନ ପାଇ

ମଣିଷ ସମାଜ ଗାଏ ଆବାହନି ଧ୍ଵନି

ନବଦିନ ବ୍ୟାପି ନବରାତ୍ର ପୂଜା ଶରତରେ

କାଶତଣ୍ଡି ଗାଏ ଗୀତି ଅଭିନନ୍ଦିନୀ

ମୃଣୟରୁ ଗଢା ମାଟିରେ ମିଶ ମାଆ

ଜଣାଅ ମାଟିମାଆ ମହତ୍ତ୍ଵ ଅନୁଗାମିନୀ

ଦଶହରା ସାରିଲା ଭସାଣୀରେ ମାଆଙ୍କ

ଉଦଯାମିନୀରେ ଅଶ୍ରୁ ବାଡ ବତା ମାନୁନି

ଷଡରିପୁ ନାଶି ଧରା ଉସ୍ଵାସୀ ଦୁର୍ଗତିନାଶିନୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action