Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna N.K. Behera

Tragedy Classics Inspirational

3  

Kabiratna N.K. Behera

Tragedy Classics Inspirational

ଆଜିର ନାରୀ

ଆଜିର ନାରୀ

1 min
117


ନାରୀ ଜାତି ମାତୃ ସ୍ଵରୂପିଣୀ

ଆଦିମାତା ଆଦିଶକ୍ତିର ଜୀବନ୍ତ ପ୍ରତୀକ

ତାର ଅନାବିଳ ଭଲ ପାଇବାରେ 

ସଂସାରର ହୁଏ ଅଗ୍ରଗତି ପ୍ରଗତି

ସେବା ଯତ୍ନ ତ୍ଯାଗରେ ଉତ୍ସର୍ଗୀକୃତା

ସ୍ନେହ ମମତାର ଅମୃତ ଧାରା ସେ

ଦାନ କରେ ଅବିରତେ ଜଗତର ମଙ୍ଗଳ ଲାଗି

ସହିଷ୍ଣୁତାରେ ସର୍ବଂସହା ଧରିତ୍ରୀ ପରି 

ସହି ଯାଏ ସନ୍ତାନର ଲାଗି ସବୁ କଷ୍ଟ ଯନ୍ତ୍ରଣା

ମାତା ସୀତା ସତୀ ସାବିତ୍ରୀ ଅନସୂୟା

ଶାସ୍ତ୍ର ପୁରାଣରେ ଦେବୀ ନମସ୍ୟା

ଆଦର୍ଶ ଜୀବନ ଗଠନ ପାଇଁ

ସମାଜକୁ ଦିଅନ୍ତି ଅନନ୍ୟ ପ୍ରେରଣା

ରାଣୀ ଲକ୍ଷ୍ମୀବାଇଙ୍କଠାରୁ ଶ୍ରୀମା

ମାଦାର ତେରେସା ପଦ୍ମଶ୍ରୀ ତୁଳସୀ ମୁଣ୍ଡା

ନାରୀ ଜାତିରେ ମହୀୟସୀ ମହିଳା

ମହନୀୟତାର ମହିମାରେ ଚିର ପୂଜ୍ୟା

ଆଜିର ନାରୀ ସେ ପଥକୁ ଅନୁସରି

ଜୀବନର ଯାତ୍ରା ପଥେ ଚାଲନ୍ତି କ୍ବଚିତ

ବହୁ ନାରୀଙ୍କ ଚରିତ୍ର ହୁଏ ମନ୍ଥରା ପ୍ରାୟେ

ମାଆ ରୂପେ ମାୟାବିନୀ ହୋଇ

କରନ୍ତି ନିଜ ନିଜର ହୀନ ସ୍ଵାର୍ଥ ପୂରଣ

ନାହିଁ ତାଙ୍କର ସେ ମନୋଭାବ ଉଦାରତା

କରିବାକୁ ସମାଜର ହିତ ସାଧନ

ତ୍ଯାଗରୁ ଭୋଗ କାମନା କରନ୍ତି ବେଶି

ପରିବାରରେ ଶାଶୁ ବୋହୂଙ୍କଠାରୁ

ସମାଜରେ କରନ୍ତି ନା ନା ଭାବେ ଉପଦ୍ରବ

ଟଙ୍କା ପାଇଁ ନିଜକୁ ବି କରନ୍ତି ବିକ୍ରି

କଳା ବଜାରୀରେ ହୋଇ ସାମିଲ

କରନ୍ତି ବିଷାକ୍ତ ନିଶାର ଚୋରା ଚାଲାଣ

ପାରିବାରିକ ଜୀବନକୁ ମଣନ୍ତି ହେୟ

ଅନେକ ସ୍ଥାନରେ ଅନେକ ସମୟରେ

ସ୍ବାମୀ ସ୍ତ୍ରୀ ମଧ୍ୟରେ ଘଟେ ଅପ୍ରୀତିକର ସ୍ଥିତି

ହୁଏ ବିବାହ ବିଚ୍ଛେଦ ଛାଡ଼ପତ୍ର ଆଦି

ବୁଝାମଣାରୁ ହଜିଯାଏ ଭରସା ବିଶ୍ବାସ

ବଢି ଚାଲେ ପ୍ରତିହିଂସା ପ୍ରତିଶୋଧ

ପୁନଶ୍ଚ ନିଜ ସୌନ୍ଦର୍ଯ୍ୟର ସୁରକ୍ଷା ଲାଗି

ଜନ୍ମିତ ସନ୍ତାନକୁ ଦିଅନ୍ତି କୃତ୍ରିମ କ୍ଷୀର

ନିଜେ ନ ନେଇ ଶିଶୁର ଉପଯୁକ୍ତ ଯତ୍ନ

ଆୟା ବା ଧାୟୀକୁ ଦିଅନ୍ତି ସେ ଦାୟିତ୍ଵ

ସ୍ବାଧୀନତାର କରନ୍ତି ଦୂରୁପଯୋଗ

ସ୍ବେଚ୍ଛାଚାରିଣୀ ହୋଇ ସମାଜେ କରନ୍ତି ଅନର୍ଥ

ଶିକ୍ଷା ସଂସ୍କୃତିର ହୁଏ ଘୋର ଅପମାନନା

ନିଜ ଦୋଷ ସ୍ଵୀକାର ନ କରି ନ ସୁଧାରି

ଅନ୍ୟକୁ କରନ୍ତି ଯୁକ୍ତିଛଳେ ଦୋଷାରୋପ

ପୁରୁଷ ପ୍ରଧାନ ସମାଜ ବି ବହୁ କ୍ଷେତ୍ରେ ଦାୟୀ

କନ୍ୟାରତ୍ନକୁ ଦିଅନ୍ତି ନାହିଁ ଅଗ୍ରାଧିକାର

ଝିଅଟିଏ ହୋଇ ହୁଏ ନିର୍ଯ୍ୟାତିତା 

ଅବହେଳିତ ଭାବରେ କାଟେ ଦିନକାଳ

ଆଜିର ନାରୀ ଶିକ୍ଷା ଦୀକ୍ଷାରେ ଆଗୁଆନ

ଚାରି କୋଣର ପରିସୀମା ଭିତରୁ ବାହାରି

ସାରା ବିଶ୍ଵରେ କରୁଛି ତା' ପ୍ରତିଭା ବିକାଶ

ସ୍ଵଭାବ ଗୁଣ ଚରିତ୍ର ପାଇଁ ହୁଏ ଜଣେ ପୂଜ୍ୟା

ହୀନ ଅପକର୍ମ ପାଇଁ ହୁଏ ସେ ଘୃଣ୍ୟା

ନିଜେ ନିଜେ ସବୁ ନ ହେଲେ ସଚେତନ

ଉନ୍ନତିକରଣେରେ ନାହିଁ ସୁନ୍ଦର ଜୀବନ ।


Rate this content
Log in

Similar oriya poem from Tragedy