STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ଧ୍ଵଂସ ସ୍ତୁପର ସମ୍ରାଟ

ଧ୍ଵଂସ ସ୍ତୁପର ସମ୍ରାଟ

1 min
150


ମଣିଷରକ୍ତରେ ହୋଲି ଖେଳି

ମଣିଷ ସମାଜ କୁ ଧ୍ଵଂସ କରି

ସାରା ବିଶ୍ଵେରଚାଇ ବିଭ୍ରାଟ

ଆମେ ସାଜିବାକୁ ଚାହୁଁ

ଧ୍ଵଂସ ସ୍ତୁପର ସମ୍ରାଟ ।


ବଞ୍ଚି ବଞ୍ଚାଇବାର ନାହିଁ

ଆମର କ୍ଷମତା

ନୀତି ଆଦର୍ଶରେ ନାହିଁ

ଆମର ସ୍ନେହ କି ମମତା

ଶାନ୍ତି ମୈତ୍ରୀରେ ନାହିଁ ଆମ ଲୋଭ

ଖାଲି ଦେଖୁ ଆମେ ଆମ ଲାଭ

ସର୍ବ କ୍ଷେତ୍ରେ ଆମେ କରୁ ନାଟ

ଧ୍ଵଂସ ସ୍ତୁପର ଆମେ ସମ୍ରାଟ ।


ଯୁଦ୍ଧ କୁ କରିଛୁ ଆମ ଆୟୁଧ

ମଣିଷ ଜୀବନର ବୁଝୁନା ମୂଲ୍ୟବୋଧ

ଜୀବନ ଜୀବିକା କୁ କରି ନଷ୍ଟ

ହୋଇଛୁ ଆମେ ପଥ ଭ୍ରଷ୍ଟ

ଶାନ୍ତି ବଦଳେ ଯୁଦ୍ଧକୁ ଭାବିଛୁ

ଜୀବନର ପଥ

ଆମେ ସଭ୍ୟ ଆମେ ଶିକ୍ଷିତ

ହେଲେ ଆମେ ସାଜିଛୁ

ଧ୍ଵଂସ ସ୍ତୁପର ସମ୍ରାଟ ।


ନାହିଁ ଦୟା ନାହିଁ ମାୟା

ଆମ ଠାରେ

ପରିଣାମ ଓ ପରିଣାମ କୁ

ନ ଭାଳୁ କେବେ ହେଲେ

ଜୀବ ଜଗତକୁ କରି ନଷ୍ଟ ଭ୍ରଷ୍ଟ

ଚାହୁଁ ଆମେ ସାଜିବାକୁ

ଧ୍ଵଂସ ସ୍ତୁପର ସମ୍ରାଟ ।


ଆମ ପାଶେ ନୁହଁନ୍ତି

କେ ଶତ୍ରୁ କେ ନୁହଁନ୍ତି ମିତ୍ର

ଆମେ ଦେଖୁ କେବଳ ଆମ ଦେଶ ସ୍ବାର୍ଥ

ସ୍ଵାର୍ଥ ଅର୍ଥ ଓ କ୍ଷମତା ମଧ୍ୟେ ଆମେ ନିମଜ୍ଜିତ

ଦେଖୁନା ଆମେ ମଣିଷ ସମାଜ

ଦେଖୁନା ମଣିଷ ଜୀବନ ଓ ମଣିଷରାଷ୍ଟ୍ର

ଅନ୍ୟର ଜୀବନ କୁ ବାଜି ଲଗାଇ

ବନିବାକୁ ଚାହୁଁ ଆମେ ସାଜିବାକୁ

ସମଗ୍ର ବିଶ୍ଵର ଧ୍ଵଂସ ସ୍ତୁପର ସମ୍ରାଟ ।


ପରିବାର କଥା ଆମେ ଭାବୁନା

ପରିବେଶ ଚିନ୍ତା ଆମ ମନେ ପଶେନା

ଆମେ ଚାହୁଁ ହେବାକୁ ବିଶ୍ଵେ ଶ୍ରେଷ୍ଠ

ଯୁଦ୍ଧର ବାତାବରଣ ସୃଷ୍ଟି କରି

ମାନବ ସଭ୍ୟତାକୁ ଜାଳିପୋଡି

ଚାହୁଁ ହେବାକୁ ଆମେ ସମଗ୍ର

ମାନବ ସମାଜରେ ଜ୍ୟେଷ୍ଠ

ସାଜିବାକୁ ଚାହୁଁ ଧ୍ଵଂସ ସ୍ତୁପର ସମ୍ରାଟ ।


ଚାହୁଁନା ଶାନ୍ତି ଚାହୁଁନା ଆମେ ବିକାଶ

ମାନବିକତା ଓ ମଣିଷ ପଣିଆର

ହୋଇଛି ଆମର ବିନାଶ

ବିଶ୍ଵ କୁ କରିବାକୁ ଚାହୁଁ ଆମେ ଧ୍ଵଂସ

ଆମେ ବିକଶିତ ଆମେ ସଭ୍ୟ ଶିକ୍ଷିତ

ଜୀଇଁବା ଅପେକ୍ଷା ମରିବା ଓ ମାରିବାରେ

ଦେଉ ଅହରହ ଗୁରୁତ୍ଵ

ପୁଞ୍ଜିବାଦର ଛତ୍ର ଛାୟା ତଳେରହି

ସାରା ବିଶ୍ଵେ ପିନ୍ଧିବାକୁ ଚାହୁଁ

ମଣିଷ ସମାଧି ଉପରେ ବିଜୟ ମୁକୁଟ

ଆମେ ଏକଛତ୍ରବାଦୀ ଧ୍ଵଂସ ସ୍ତୁପର ସମ୍ରାଟ ।



Rate this content
Log in

Similar oriya poem from Abstract