STORYMIRROR

Swarnalata Dash

Tragedy

3  

Swarnalata Dash

Tragedy

ଘର

ଘର

1 min
181

ସେ ଘର କଥା ଆଉ ପଚାରନି

କଣ ଥିଲା କଣ ହେଲା ଆଜି

ତାହା କଳ୍ପନାତୀତ

ଥିଲା ଦିନେ ସେ ଘର

ବୈକୁଣ୍ଠ ସମାନ

ଝରୁଥିଲା ସ୍ନେହ ମମତାର

ପବିତ୍ର ସ୍ରୋତସ୍ୱିନୀ

ଏକକ ପରିବାରରେ

ବାପାମାଆ ଭାଇ ଭଉଣୀଙ୍କ

ଖୁସିର ସଂସାର

ପରସ୍ପର ସ୍ନେହ ପ୍ରେମର

ଗୋଟିଏ ମାଳରେ ବନ୍ଧା

ଏକ ବିନା ଆନ ଅଧୁରା

ଶୁଭୁଥିଲା ଶ୍ଳୋକ ମନ୍ତ୍ର

ଶଙ୍ଖ ଘଣ୍ଟର ଗହ ଗହ ନାଦ

ଇଶ୍ୱରୀୟ ଭାବ ଧାରାରେ

ଶବୁ ମନ ପୂତ ପବିତ୍ର

ସେ ଘର  ଅଗଣାର

ଜୋଛନା ପଖଳା ଜହ୍ନରାତି

ଖିଲି ଖିଲି ହସୁଥିଲେ ଫୁଲ ପାଖୁଡ

ଧୂପ ଦୀପେ ବାସୁଥିଲା ଚଉରା

ମାଳା ସତେକି ପିନ୍ଧଉଥିଲେ

ବୃନ୍ଦାବତୀଙ୍କୁ ଆକାଶର ତାରାମାନେ

ସେ ଘରେ ମାଆ ଥିଲା

ରୂପରେ ଗୁଣରେ ଅନନ୍ୟା

ଶିଖାଉଥିଲା ଚାଲ ସତ୍ୟପଥେ

ପରଷି ଦେଉଥିଲା ସଭିଙ୍କୁ

ହାତ ରନ୍ଧା ଅମୃତ ମଣୋହି

ସେ ଘର ଥିଲା ଏକ ଇନ୍ଦ୍ରଭୁବନ

ହେଲେ ଆଜି ନର୍କଠାରୁ ହୀନ

ବାପା ମାଆ ହାତ ଗଢ଼ା 

ସପନ ସୌଧଟା ଭାଙ୍ଗି ହେଲା ଚୁରମାର

ଝିଅ ଗଲେ ପରଘରେ

ପୁଅପାଏ ଚାକିରୀ

ସାଙ୍ଗସୁଖ ରେ ଘର ଗଲା ଭୁଲି

ବୋହୁ ବି ଉଦଣ୍ଡି

ଶକୁନି ଓଠ ପରି ବିଦ୍ରୁପ କଲା

ଶାଶୂଘରକୁ 

ସହରର ଚାକଚକ୍ୟକୁ ବାପ ଘରକୁ

ବାପା ଗଢ଼ିଥିବା ସୁନାର ସୌଧଟା

ଭାଙ୍ଗିଗଲା ଟୁକୁରା ଟୁକୁରା ହୋଇ

ରକ୍ତଚାପ ବଢ଼ି ପକ୍ଷ୍ୟାଘାତ ରେ

ପୀଡିତ ବାପା

ଅନେକ ସଂଘର୍ଷ କରିକରି

ଘରକୁ ସଜାଡୁ ସଜାଡୁ

ଦୁଃଖରେ ମ୍ରିୟମାଣ ହୋଇ

ନେଇଗଲା ସଲିଳ ସମାଧି

ଭାଂଗିପଡିଲେ ବାପା

ଚାଲିଗଲେ ଏକ ଅଶୁଭ ସନ୍ଧ୍ୟାରେ

ଘର ବନି ଗଲା ପାନ୍ଥଶାଳା

ନୀରବ ନିଥର

ଝୁରେ ଆଜି ସେ ଅତୀତକୁ

ସୁଖଦ ମୁହୂର୍ତ୍ତକୁ

କାନ୍ଥ ଲେଖା ଅଲିଭା ଅକ୍ଷରକୁ

ନୀରବି ଗଲା ସବୁ ସ୍ୱର

ଝୁରି ମରିବା ସାର

ଆଉ ଚିହିଁ ହେଉନି ତାକୁ ଲ

ତେଣୁ ମୋତେ ଆଉ

ପଚାରନା ସେ ଘର କଥା |

             



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy