ଘର
ଘର
ସେ ଘର କଥା ଆଉ ପଚାରନି
କଣ ଥିଲା କଣ ହେଲା ଆଜି
ତାହା କଳ୍ପନାତୀତ
ଥିଲା ଦିନେ ସେ ଘର
ବୈକୁଣ୍ଠ ସମାନ
ଝରୁଥିଲା ସ୍ନେହ ମମତାର
ପବିତ୍ର ସ୍ରୋତସ୍ୱିନୀ
ଏକକ ପରିବାରରେ
ବାପାମାଆ ଭାଇ ଭଉଣୀଙ୍କ
ଖୁସିର ସଂସାର
ପରସ୍ପର ସ୍ନେହ ପ୍ରେମର
ଗୋଟିଏ ମାଳରେ ବନ୍ଧା
ଏକ ବିନା ଆନ ଅଧୁରା
ଶୁଭୁଥିଲା ଶ୍ଳୋକ ମନ୍ତ୍ର
ଶଙ୍ଖ ଘଣ୍ଟର ଗହ ଗହ ନାଦ
ଇଶ୍ୱରୀୟ ଭାବ ଧାରାରେ
ଶବୁ ମନ ପୂତ ପବିତ୍ର
ସେ ଘର ଅଗଣାର
ଜୋଛନା ପଖଳା ଜହ୍ନରାତି
ଖିଲି ଖିଲି ହସୁଥିଲେ ଫୁଲ ପାଖୁଡ
ଧୂପ ଦୀପେ ବାସୁଥିଲା ଚଉରା
ମାଳା ସତେକି ପିନ୍ଧଉଥିଲେ
ବୃନ୍ଦାବତୀଙ୍କୁ ଆକାଶର ତାରାମାନେ
ସେ ଘରେ ମାଆ ଥିଲା
ରୂପରେ ଗୁଣରେ ଅନନ୍ୟା
ଶିଖାଉଥିଲା ଚାଲ ସତ୍ୟପଥେ
ପରଷି ଦେଉଥିଲା ସଭିଙ୍କୁ
ହାତ ରନ୍ଧା ଅମୃତ ମଣୋହି
ସେ ଘର ଥିଲା ଏକ ଇନ୍ଦ୍ରଭୁବନ
ହେଲେ ଆଜି ନର୍କଠାରୁ ହୀନ
ବାପା ମାଆ ହାତ ଗଢ଼ା
ସପନ ସୌଧଟା ଭାଙ୍ଗି ହେଲା ଚୁରମାର
ଝିଅ ଗଲେ ପରଘରେ
ପୁଅପାଏ ଚାକିରୀ
ସାଙ୍ଗସୁଖ ରେ ଘର ଗଲା ଭୁଲି
ବୋହୁ ବି ଉଦଣ୍ଡି
ଶକୁନି ଓଠ ପରି ବିଦ୍ରୁପ କଲା
ଶାଶୂଘରକୁ
ସହରର ଚାକଚକ୍ୟକୁ ବାପ ଘରକୁ
ବାପା ଗଢ଼ିଥିବା ସୁନାର ସୌଧଟା
ଭାଙ୍ଗିଗଲା ଟୁକୁରା ଟୁକୁରା ହୋଇ
ରକ୍ତଚାପ ବଢ଼ି ପକ୍ଷ୍ୟାଘାତ ରେ
ପୀଡିତ ବାପା
ଅନେକ ସଂଘର୍ଷ କରିକରି
ଘରକୁ ସଜାଡୁ ସଜାଡୁ
ଦୁଃଖରେ ମ୍ରିୟମାଣ ହୋଇ
ନେଇଗଲା ସଲିଳ ସମାଧି
ଭାଂଗିପଡିଲେ ବାପା
ଚାଲିଗଲେ ଏକ ଅଶୁଭ ସନ୍ଧ୍ୟାରେ
ଘର ବନି ଗଲା ପାନ୍ଥଶାଳା
ନୀରବ ନିଥର
ଝୁରେ ଆଜି ସେ ଅତୀତକୁ
ସୁଖଦ ମୁହୂର୍ତ୍ତକୁ
କାନ୍ଥ ଲେଖା ଅଲିଭା ଅକ୍ଷରକୁ
ନୀରବି ଗଲା ସବୁ ସ୍ୱର
ଝୁରି ମରିବା ସାର
ଆଉ ଚିହିଁ ହେଉନି ତାକୁ ଲ
ତେଣୁ ମୋତେ ଆଉ
ପଚାରନା ସେ ଘର କଥା |