Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mallika singh

Tragedy

3  

Mallika singh

Tragedy

ସ୍ବପ୍ନ ଥିଲା ପ୍ରିୟା ପାଇଁ

ସ୍ବପ୍ନ ଥିଲା ପ୍ରିୟା ପାଇଁ

1 min
213



ସାଧା କାଗଜ ରେ ଲେଖି ଥିଲ ପ୍ରିୟା

ଅଢେଇ ଅକ୍ଷର ପ୍ରେମ

କାଗଜ ନ ଥିଲା ଥିଲା ମୋ ହ୍ରୁଦୟ

ଚ୍ଛାପି ହେଲା ତୁମ ନାମ ।


ଶୟନ ସପନେ ଅବା ଜାଗରଣେ 

 ତୁମକୁ ଝୁରିଲି ମୁହିଁ

ସ୍ଵପ୍ନ ଦେଖିଥିଲି ଜହ୍ନ ରାଇଜରେ

ଘରଟେ କରିବା ପାଇଁ ।


ବାଦଲ ଉହାଡେ ତୁମେ ଲୁଚିଗଲ

ପର କରି ଦେଇ ମତେ

ସ୍ଵପ୍ନ ଦେଖିଥିଲି ସୁନାର ସଂସାର

 ଗଢ଼ିବି ତୁମରି ସାଥେ ।


ଧନ ନାହିଁ ବୋଲି ମନ ଭାଙ୍ଗି ଦେଲ

ପ୍ରେମ ତୁମ ଖେଳ ଘର

ତୁମ ପ୍ରତାରଣା ଉତ୍ତାଳ ଢେ଼ଉରେ

ଭାଙ୍ଗି ଗଲା ବାଲିଘର ।


ତଥାପି ରହିଛି ତୁମ ବାଟ ଚାହିଁ

ଆସିବକି ଫେରି ତୁମେ

ଧମନୀ ରେ ଯେତେ ରକ୍ତ ପ୍ରବାହିତ

ସବୁ ହିଁ ତୁମରି ନାମେ ।


ଛାତି ଚିରି ଯଦି ଦେଖଇ ହୁଅନ୍ତା

ଦେଖଇ ଦିଅନ୍ତି ମୁହିଁ

ମୋ ଆଖିରେ ଯେଉଁ ସ୍ଵପ୍ନ ଥିଲା ପ୍ରିୟା

ଲୁହ ହୋଇ ଯାଏ ବହି ।



Rate this content
Log in

Similar oriya poem from Tragedy