STORYMIRROR

Satyabati Swain

Tragedy

4  

Satyabati Swain

Tragedy

କହି କି ପାରିବୁ ତୁ

କହି କି ପାରିବୁ ତୁ

1 min
258

ସକାଳ କେମିତି ରାତିଟା କେମିତି 

     ଜାଣି ତ ପାରେନା ମୁଁ

 କେମିତି ଦିଶଇ ମା ମୁହଁ ମୋର

     କହି କି ପାରିବୁ ତୁ ।


ଭାରି ଇଛା ହୁଏ ବାପାଙ୍କ ଚେହେରା

    ଦେଖିବାକୁ ଥରୁଟିଏ

ଦେଖିବାକୁ ଟିକେ ଜେଜେ, ଜେଜେମା

     ବିକଳ କେମିତି ହୁଏ।


ମୋ କୁନି ଭାଇଟି ଦିଶେ ରାଜା ପରି

     ମନ ମୋ ହୁଅଇ କେତେ

ଦେଖନ୍ତି ତାର ଡଉଲ ଡାଉଲ ମୁହଁ

     ଏଇ ମୋର ଚର୍ମ ନେତ୍ରେ।

       

 ଆକାଶ କୁଆଡେ ନୀଳ ଦେଖିବାକୁ

    ଚକା ଚକା ଆଖି ତୋର

ନାଲିଆ ଅଧର କାଳିଆ ତୋ ମୁହଁ

     ଦେଖିବାକୁ ମନ ମୋର।


ବାଡ଼ି ବଗିଚାରେ ଫୁଟେ ନାନା ରଙ୍ଗେ

     ଜାତି ଜାତି କେତେ ଫୁଲ 

ଗୋଲାପ କୁଆଡେ ସବୁଠୁ ସୁନ୍ଦର

     ଧୋବଲା ହସ ମଲ୍ଲୀର ।


ପ୍ରକୃତି ସୁଷମା ନାହିଁ ତା ଉପମା

   ପାହାଡ଼,ପର୍ବତ ନଈ

ସମୁଦ୍ର ,ଝରଣା ବନ ଉପବନ

   କି ସୁନ୍ଦର ଏଇ ଭୂଇଁ ।


କି ଜାଣିବି ରଙ୍ଗ କି ବୁଝିବି ବା ଢଙ୍ଗ

     ସବୁ ତ ମୋ ପାଇଁ କଳା

ଅନ୍ଧ କରି ମୋତେ ଆଣିଛୁ ସଂସାରେ

   କହ କିଆଁ ନନ୍ଦ ବଳା ।


ଚାରିପାଖ ମୋର ବହଳ ଅନ୍ଧାର

   ଭଲ ମନ୍ଦେ କିବା ଯାଏ

ଦେଖି ଯାଆ ଥରେ ଏ ଅନ୍ଧ ଜୀବନେ

   କେତେ ଯେ ଠୋକର ଖାଏ।


କେଉଁ ଅପରାଧେ ଏମିତି ଜୀବନ 

    କଲୁ କହରେ କାଳିଆ

 ଶ୍ବାପଦ ସଂକୁଳ ସଂସାର ଅରଣ୍ୟେ

    କିଏ ହେବ କହ ସାହା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy