STORYMIRROR

Arendra Kumar

Tragedy

4  

Arendra Kumar

Tragedy

ମାଆ ଓ ମମତା

ମାଆ ଓ ମମତା

1 min
342

ମୁଁ କହେ ଏହି ଦୁନିଆ ବୁକୁରେ

ମୋ ମାଆ ପରି ଆଉ କେହି ନାହିଁ

ବାପା ଗଲାପରେ ଏକା ଏକା ସିଏ

ତା ଜୀବନ ଯୁଦ୍ଧରେ ହାରିନାହିଁ

ବାପା ଗଲେ ଯେବେ ସ୍ୱାର୍ଥେ ଅନ୍ଧ ହୋଇ

ଆଉ କା' ମଥାରେ ସିନ୍ଦୁର ଦେଇ

ସେହି ଦିନଠାରୁ ମାଆ ମୋ ବଞ୍ଚିଛି

ଆମ ଦି ଭାଇଙ୍କ ମୁହଁକୁ ଚାହିଁ

ମୋତେ ହୋଇଥିଲା ମାତ୍ର 'ଛଅ' ବରଷ

ସାନଭାଇ ଥିଲା ମାଆ କୁଳରେ

ବାପା ଚାଲିଗଲେ ପର କରିଦେଇ

ମାଆକୁ ଭସେଇ ଲୁହ ନଈରେ

ସେଦିନୁ ଦେଖୁଛି ମାଆ ମୋର କେତେ

ଦୁଃଖ କଷ୍ଟ କରି ଜୀବନେ ତାର

ଭୋକ ଉପାସରେ ରହି ପିଇଯାଏ

ଆଖି ତଳର ସେ ଲୁଣିଆ ଝର

ଆମକୁ ସେ କେବେ ଦୁଃଖରେ ରଖିନି

ଦେଇନାହିଁ କେବେ ମନରେ ଦୁଃଖ

ତେଣୁ ଆମପାଇଁ ସରଗଠୁ ବଳି

ମାଆର ମମତା ସେନେହ ସୁଖ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy