STORYMIRROR

Arendra Kumar

Others

3  

Arendra Kumar

Others

ନନ୍ଦରାଜାର ଟିକିପିଲା

ନନ୍ଦରାଜାର ଟିକିପିଲା

1 min
135

ବନ୍ଦୀ ଘରେ ଥାଇ ଦେବକୀ ମାତର

କୋଳଟା ମଣ୍ଡିତ ହୋଇଥିଲା

ଭାଦ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ

ହସି ହସି ଯିଏ ଜନମିଲା

ସେତ ନନ୍ଦ ରାଜାର ଟିକି ପିଲା........(୧)


ରାତି ଅଧଟାରେ ପିତା ବାସୁଦେବ

ସାଙ୍ଗେ ଯେ ଗୋପକୁ ଆସିଥିଲା

ଯମୁନା ନଈର ଅଶାନ୍ତ ଲହରୀ

ଯାହାପାଇଁ ଥମି ଯାଇଥିଲା

ସେତ ନନ୍ଦ ରାଜାର ଟିକି ପିଲା ........(୨)


ଦେବକୀ ଗରଭୁ ଜନମିଲା ହେଲେ

ଯଶୋଦା କୋଳରେ ବଡ଼ ହେଲା

ସାଙ୍ଗ ସାଥି ମେଳେ ବୃନ୍ଦାବନକୁ ଯେ 

ଗାଈ ଗୋଠ ନେଇ ଯାଉଥିଲା

ସେତ ନନ୍ଦ ରାଜାର ଟିକି ପିଲା.........(୩)


ପାଟି ଖୋଲ ଧନ ମାଟି ତୁ ଖାଇଛୁ

ମାତା ଜସୁମତି କହୁଥିଲା

ପାଟି ଖୋଲି ଯେବେ ଦେଖେଇଲା ତା'ର 

ପାଟିରେ ବ୍ରହ୍ମାଣ୍ଡ ଦିଶୁଥିଲା

ସେତ ନନ୍ଦ ରାଜାର ଟିକି ପିଲା ..........(୪)


ଗୋପ ଗୋପାଳୁଣୀ ଦହି ବିକିଗଲେ

ମାଠିଆକୁ ଟେକା ମାରୁଥିଲା

ଗୋପ ଗାଆଁ ଦାଣ୍ଡେ ଗୋପାଳୁଣୀଙ୍କୁ ଯେ 

ଭାରି ହଟହଟା କରୁଥିଲା

ସେତ ନନ୍ଦ ରାଜାର ଟିକି ପିଲା ........ (୫)


ଲକ୍ଷେ କୋଇଲିର ମିଠା ସ୍ୱର ସତେ

ବଇଁଶୀରୁ ତା'ର ଶୁଭୁଥିଲା

ଯାହା ବଂଶୀ ସ୍ୱର ରାଧିକା ରାଣୀକୁ

ପ୍ରୀତି ବନ୍ଧନରେ ବାନ୍ଧୁଥିଲା

ସେତ ନନ୍ଦ ରାଜାର ଟିକି ପିଲା ........(୬)


ଇନ୍ଦ୍ରଙ୍କ କୋପରେ ଗୋପପୁରେ ଯେବେ

ଭୟଙ୍କର ମେଘ ବରଷିଲା

ଗୋପ ବାସୀଙ୍କର ସୁରକ୍ଷା ନିମନ୍ତେ

ଗୋବର୍ଦ୍ଧନ ଗିରି ଟେକିଥିଲା

ସେତ ନନ୍ଦ ରାଜାର ଟିକି ପିଲା ........(୭) 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍