STORYMIRROR

Arendra Kumar

Others

3  

Arendra Kumar

Others

ସୁନା ଭାଇ ହାତେ ସୁନେଲି ରାକ୍ଷୀ

ସୁନା ଭାଇ ହାତେ ସୁନେଲି ରାକ୍ଷୀ

1 min
122

ସୁନା ଭାଇ ହାତେ ସୁନେଲି ରାକ୍ଷୀ,

ଭାରି ଖୁସି ଲାଗେ ଏ ଛବି ଦେଖି।


ପିଲାଦିନ କଥା ମନେ ପଡ଼ୁଛି,

କେତେ ଖୁସିଦିନ ବିତିଯାଇଛି।


ଏ ଦିନଟି ଆସେ ପ୍ରତି ବରଷେ,

ଭାଇ ଭଉଣୀଙ୍କ ମନ ହରଷେ।


ଭାଇ ହାତେ ରାକ୍ଷୀ ବାନ୍ଧେ ଭଉଣୀ,

ଭାଇ ଭଉଣୀଙ୍କ ଏହି କାହାଣୀ।


ସମୟ ନଈରେ ଯାଇଛି ବୋହି,

ସେଦିନତ ଆଉ ଫେରିବନାହିଁ ।


ଭଉଣୀଠୁ ଭାଇ ଅନେକ ଦୂରେ,

ଭାଇଟା ରହୁଛି ପରଦେଶରେ।


ଡାକବାଲା ଆସି ଡାକ ଦଉଛି,

ଲଫାପାରେ ତୁମ ରାକ୍ଷୀ ଆସିଛି।



Rate this content
Log in