STORYMIRROR

Arendra Kumar

Others

3  

Arendra Kumar

Others

କାଉଡ଼ି ବାଲା

କାଉଡ଼ି ବାଲା

1 min
165

ଶିରାବଣ ମାସରେ

   ଏକାଠି ହୋଇବାରେ 

       ଭାଇଚାରା ବଢ଼ଇ 

           ପ୍ରତିଟି ସୋମବାରେ ।


ଶିବ ନାମକୁ ଗାଇ

   ଚାଲ କାଉଡ଼ି ଭାଇ

       ମନବାଞ୍ଛା ପୂର୍ଣ୍ଣ ହେବ

           ଶିବ ଆଶିଷ ପାଇ ।


ଗେରୁଆ ପିନ୍ଧିଥିବା

   ଖାଲିପାଦେ ଚାଲୁଥିବା

       କାନ୍ଧେ ପାଣିଭାର ନେଇ

            ଶିବ ମନ୍ଦିର ଯିବା ।


ବୋଲବମ ହରହର

    ଯିବା ଶିବ ମନ୍ଦିର

       ଶିବ ମନ୍ଦିରେ ବସି

           ଜପିବା ପଞ୍ଚାକ୍ଷର ।


ନାହିଁ ଆମର ଡର

    ସାହା ଶିବ ଶଙ୍କର

       ତା' ନାମ ଜପୁଥିଲେ

           ଦୁଃଖ ହୋଇବ ଦୂର ।


Rate this content
Log in