STORYMIRROR

Arendra Kumar

Others

3  

Arendra Kumar

Others

ଭକତ ଭାବରେ ବନ୍ଧା

ଭକତ ଭାବରେ ବନ୍ଧା

1 min
164

ତୁମେ ତ ଭକତ ଭାବରେ ବନ୍ଧା

ମୋ ଜଗମୋହନ

ତୁମ ଡୋରି ଯେବେ ଲାଗିବ ଯାହାକୁ

ମନା କରିବାକୁ ଅଛି କେ ଆନ

ଭକତ  ଅରେନ୍ଦ୍ର କରିଲା  ଗୁହାରି

ବୁଝିଲ ପ୍ରଭୁ ହେ ତୁମେ ତା ମନ

ମୋ ଜଗମୋହନ

ତୁମ ଡୋରି ମୋତେ ଲାଗିଥିଲା ବୋଲି

ବଡ଼ଦାଣ୍ଡେ କଲି ତୁମ୍ଭ ଦର୍ଶନ

ବଡ଼ଦାଣ୍ଡେ ରହି ଦେଖିଲି ତୁମକୁ

ରଥେ ବସିଥିଲ ଚକାନୟନ

ମୋ ଜଗମୋହନ

ମାଉସୀ ଘରକୁ ଯିବ ବୋଲି ତୁମେ

ସଜ ହୁଇଥିଲ ଚନ୍ଦ୍ରବଦନ

ଦରଶନ ଯେବେ ଦେଲ ଏ ଭକ୍ତକୁ

ମୋ ନେତ୍ର ପବିତ୍ର କରିଲ ଧନ

ମୋ ଜଗମୋହନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍