STORYMIRROR

Arendra Kumar

Inspirational

4  

Arendra Kumar

Inspirational

ଆଜିର ରଜ

ଆଜିର ରଜ

1 min
293

ବନସ୍ତେ ଡାକିଲା ଗଜ

ଆସିଛି ପରବ ରଜ 

ଗାଆଁ ଝିଅ ଆଉ ହଉତ ନାହାନ୍ତି

ଗାଉଁଲିଆ ସଜବାଜ 


ନାତୁଣୀ କହୁଛି ଜେଜ

ବିୟୁଟି ପାର୍ଲର ଖୋଜ

ମୁଁ ରଜ କୁଇନି ହେବି ହିରୋଇନ

ଆଜି ପା ପହିଲି ରଜ 


ପଡ଼ିଆ ପଡ଼ିଛି ଖାଲି

ପଡ଼ୁନି ତାଆସ ପାଲି

ରଜ ବୋଲି ଆଜି ଗାଁ ଟୋକା ବୋଧେ

ଯାଇଛନ୍ତି ପୁରା ଭୁଲି 


ଦୋଳି ଝୁଲୁନାହିଁ ଗଛରେ

ନୁକେ କହୁଛନ୍ତି ମିଛରେ

ରଜ ପରାଦିନେ ଦୋଳିଖେଳ ମଜା

ନାହିଁ ଆଉ କୋଉ ତିଥିରେ 


ଟୋକା ଚଲଉଛି ଆପାଚି

ପ୍ରେମିକା ବସିକି କହୁଛି

ସିନେମା ହଅଲ ଯିବା ଚାଲ ଜାନୁ

ମନ କୁତୁକୁତୁ ହଉଚି 


ଜେଷ୍ଠ ମାସ ହେଲା ଶେଷ

ଘରେ ନାହିଁ ଆମ୍ବ ପଣସ

ବାବୁ ଯାଇଛନ୍ତି କ୍ଲବ ଘରେ ବସି

ପିଉଛନ୍ତି ସୋମରସ 


ଗଡ଼ୁଚି ନାଲିଆ ବୋତଲ

ଟୋକା ହଉଛନ୍ତି ମାତାଲ

ଶ୍ରୀ ମନ୍ଦିରେ ବସି କାଳିଆ କହୁଛି

ଏ କି କଳି କାଳ ହେଲାଲୋ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational