STORYMIRROR

Arendra Kumar

Children

3  

Arendra Kumar

Children

ଭାବର ବନ୍ଧନ

ଭାବର ବନ୍ଧନ

1 min
127

ରାକ୍ଷୀ ପୁନେଇରେ ରାକ୍ଷୀ ପୁନେଇ

ବରଷକେ ଥରେ ଆସିଛୁ ତୁହି

ତୋ ଆସିବା ବାଟ ରହିଛି ଚାହିଁ ,

ମୋ ଭାଇ ହାତେ ରାକ୍ଷୀ ବାନ୍ଧିବି ମୁହିଁ।


ତୁ ଯେବେ ଆସୁ ପ୍ରତି ବରଷେ

ଆକାଶରୁ ସତେ ଫୁଲ ବରଷେ

ସବୁଜ ସୁନ୍ଦର ଏ ଧରା ଦିଶେ

ଭାଇ ଭଉଣୀଙ୍କ ମନ ହରଷେ।


ଭାଇ ହାତେ ଯେବେ ବାନ୍ଧେ ମୁଁ ରାକ୍ଷୀ,

ଆକାଶରେ ଉଡ଼େ ମୋ ମନ ପକ୍ଷୀ

ସେ ରାକ୍ଷୀକୁ ଭାଇ ରଖିଣ ସାକ୍ଷୀ

ଓଠରେ ନକହି କହେ ତା' ଆଖି।


ଅଛି, ଥିବ ଏହି ଭାବ ବନ୍ଧନ ,

ଆସୁ ପଛେ ଯେତେ ବାଧାବିଘିନ

ଦୁଃଖ କରିବୁନି କେବେ ତୋ ମନ,

ଭାଇ ତୋ ପାଖରେ ଅଛି ଲୋ ଧନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children