STORYMIRROR

Arendra Kumar

Others

3  

Arendra Kumar

Others

ସୂର୍ଯ୍ୟଙ୍କୁ ଚିଠି

ସୂର୍ଯ୍ୟଙ୍କୁ ଚିଠି

1 min
154

ସୂର୍ଯ୍ୟ ଦେବତାଙ୍କୁ ଚିଠିରେ ଲେଖିଲି

କାହିଁକି ଏମିତି ଦେଉଛ କଷ୍ଟ

କଳ୍କୀ ଅବତାର ବଦଳରେ ତୁମେ

ନାଶିବକି ସତେ ଏ ଧରା ପୃଷ୍ଠ.............(୧)


ପବନ ବହୁଛି ନିଆଁ ବାଣ ପରି

ପୋଖରୀର ପାଣି ତତଲା ଭାରି

ଜୀବଜନ୍ତୁ ପାଣି ପିଇବା ପାଇଁ କି

ହନ୍ତସନ୍ତ ହୋଇ ଯାଆନ୍ତି ଫେରି...........(୨)


କୁହ ସୂର୍ଯ୍ୟ ଦେବ ପ୍ରାଣୀ ଜଗତକୁ

ଏମିତି କାହିଁକି କରୁଛ ଭଲା

ପୃଥିବୀ ପୃଷ୍ଠକୁ ନାଶିବା ପାଇଁକି

ଇଏ କି ତୁମର ନୂଆ ଫର୍ମୁଲା...............(୩)


ଚିଠି ପାଇ ଚିଠି ଦେଲେ ସୂର୍ଯ୍ୟ ଦେବ

ଲେଖିଲେ ସେଥିରେ ଏମିତି କଥା

ସେହି ଚିଠି ଖୋଲି ପଢ଼ିଦେଲା ପରେ

ଘିରି ଘିରି ଖାଲି ହେଲା ମୋ ମଥା........(୪)


ଲେଖାଥିଲା ତୁମେ ମଣିଷ ଜାତିଟା

ଏତେ ଅମଣିଷ ହେଲ କେମିତି

ଦିନୁଦିନ ବୃକ୍ଷ ନଷ୍ଟ କରିଚାଲ

ବୃକ୍ଷ କି ତୁମର ବୋପା ସମ୍ପତ୍ତି............(୫)


ପ୍ରକୃତି ତୁମର କି ଦୋଷ କରିଲା

ତାକୁ କିଆଁ ତୁମେ ନଷ୍ଟ କରୁଛ

ପରିଣାମେ ତା'ର ତତଲା ଲୁହରେ

ତିଳ ତିଳ ହୋଇ ତୁମେ ଜଳୁଛ..........(୬) 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍