ସ୍ୱାର୍ଥପର
ସ୍ୱାର୍ଥପର
ଈଶ୍ୱର ବିଶ୍ୱାସୀ ମଣିଷଟେ ସଦା
ସ୍ୱାର୍ଥଠୁ ଦୂରେଇ ରହେ
ସେ ଏକା ଜାଣିଛି ପର ଉପକାରେ
ଆତ୍ମତୃପ୍ତି ମିଳିଥାଏ ।
ସ୍ୱାର୍ଥ ତେଜି ଯିଏ ସଦା ଚିନ୍ତୁଥାଏ
ଜଗତ ମଙ୍ଗଳ ପାଇଁ
ଜାଣିଥାଅ ଭାଇ ତା ମଙ୍ଗଳ ପାଇଁ
ଚିନ୍ତନ୍ତି ଜଗତ ସାଇଁ ।
ସ୍ୱାର୍ଥ ବିନା ଏଠି ବଞ୍ଚିବା ଲୋକଟା
ଅନେକ ଯନ୍ତ୍ରଣା ପାଏ
ହେଲେସେ ଶେଷରେ ନର୍କ ବଦଳରେ
ସରଗ ପୁରକୁ ଯାଏ ।
ସ୍ୱାର୍ଥପର ଏହି ଦୁନିଆ ବୁକୁରେ
ସ୍ୱାର୍ଥ ଆଦରି ଯେ ବଞ୍ଚେ
ଅଳପ ଦିନର ଜୀବନରୁ ସିଏ
ପାପର ସଉଦା ସଞ୍ଚେ ।।