STORYMIRROR

Arendra Kumar

Tragedy

3  

Arendra Kumar

Tragedy

ଆଜିବି ମୁଁ ପରାଧିନ

ଆଜିବି ମୁଁ ପରାଧିନ

1 min
188


ଆମ ଏ ଦେଶରେ ଚାଲୁଥିଲା ଦିନେ

ଗୋରା ଇଂରେଜଙ୍କ ଶାସନ,

ଏ ଦେଶ ମଣିଷ ଏ ଦେଶ ମାଟିରେ

ଥିଲା ଦିନେ ପରାଧିନ।


ଉନେଇଶି ସହ ସଡଚାଳିଶିର

ଚଉଦ ଅଗଷ୍ଟ ରାତି,

ଗୋରା ଇଙ୍ଗିରେଜ ଛାଡ଼ିଯାଇଥିଲେ

ଆମ ଏ ଭାରତ ମାଟି।


ସେହିଦିନୁ ସେହି ଶାସନ ଗାଦିରେ

ବସିଛନ୍ତି କଳା ଇଂରେଜ,

ଜନତନ୍ତ୍ର ନାମେ ଜନତାଙ୍କୁ ଲୁଟି

କରୁଛନ୍ତି ସିଏ ମଉଜ।


ସରକାର ଯହିଁ ଗରିବଙ୍କୁ ଲୁଟେ

ଅଫିସର ନିଏ ଭେଟି,

କେମିତି ଚାଖିବ ସ୍ୱାଧୀନତା ସ୍ଵାଦ 

 ଏଇ ମୋ ଭାରତ ମାଟି।


କେମିତି କହିବି ଅଛି ମୁଁ ସ୍ଵାଧୀନ

ଏଇ ମୋ ଭାରତ ଦେଶରେ,

ଆଜିବି ମୋ ଦେଶ ଅଛି ପରାଧିନ

କଳା ଇଂରେଜଙ୍କ ହାତରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy