ବାକି ରହିଗଲା ମା'ର ଋଣ
ବାକି ରହିଗଲା ମା'ର ଋଣ
ଜୀବନ ସ୍ରୋତରେ ଭାସି ଚାଲିଥାଏ ।
ବଞ୍ଚିବା ପାଇଁ ସଂଗ୍ରାମ ....
ମୋର ମୁଖ୍ୟ ଉଦ୍ଦେଶ୍ୟ,
ହେଲେ ସବୁ ଚେଷ୍ଟା ପରେ ବି କିଛି ବାକି
ରହି ଯାଏ । ନିଃସ୍ୱାର୍ଥପର ଭାବରେ ଅଜସ୍ର
ସ୍ନେହ ମମତା ବାଣ୍ଟିଛି । ପ୍ରତି ଦାନରେ ଶୁନ୍ୟତା
କାହିଁକି?
ପୁଣି କିଛି ବାକି ରହି ଗଲା !
ଘରର ବଡ ଝିଅ ହିସାବରେ ଭାଇ ଭଉଣୀ ମାନଙ୍କୁ
ମଣିଷ କରିବାରେ କୌଣସି ଥିରେ ତୃଟି ରଖିନି,
ସମୟ କ୍ରମେ ଏକ ପରେ ଏକ ହାତ ଛାଡି ଦେଲେ ।
ମୁଁ ଗୁମୁରି ଗୁମୁରି ଝୁରୁ ଥିଲି । ଭାବୁ ଥିଲି ଆଉ କ'ଣ
କେଉଁଠି ବାକି ରହି ଗଲା କି ?
ମୋର ସ୍ନେହ ମମତାରେ ?
କେମିତି ସଂପୂର୍ଣ୍ଣା ହୋଇ ପାରିବି !
ଯେତେ ଦାୟିତ୍ଵବାନ ହେଉଛି, ସେତିକି
ଚୋରା ବାଲିରେ ପାଦ ପଡ଼ୁଛି ।
ଉଛୁଳା ମନରେ ଅବଶୋଷ ବଢ଼ି ଚାଲିଛି ।
ଜାଣିନା ଏ ଜନ୍ମରେ ଶୁଝି ପାରିବି କି
ବାକି ଖାତାର ପୃଷ୍ଠା ବଢ଼ି ଚାଲି ଥିବ ।
ସାଥୀର ସାଥିରେ ପାଦ ମିଶାଇ ଚାଲିଲି ,
ହେଲେ ତଥାପି ସାଥୀର ମନକୁ ଛୁଇଁ ପାରିଲିନି ।
ତଥାପି ବାକି ରହି ଗଲା ଏକ ଅକୁହା କଥା ।
ସତେ ଯେମିତି ଅପୂର୍ଣ୍ଣ ଜୀବନର ଅଲିଭା ଗାଥା ।
ମୋ ଜୀବନର ଶେଷ ରକ୍ତ ବିନ୍ଦୁ ପର୍ଯ୍ୟନ୍ତ
ସାଉଁଟୁ ଥିବି ବାକି ରହି ଯିବା କର୍ତ୍ତବ୍ୟକୁ
କିଏ ଜାଣେ , ହଠାତ୍ କେଉଁ ଶୁଭ ମୁହୂର୍ତ୍ତ ଆସି
ମୋର ବାକି ରହି ଥିବା କିଛି ଅଂଶ ସମ୍ପାଦନରେ
ସହଯୋଗ କରି ପାରେ ।
ମନ ମୋର ଅପେକ୍ଷାରେ ବସି ଥିବ।
ଅନ୍ତିମ ପର୍ଯ୍ୟାୟର ପରିସମାପ୍ତି ପାଇଁ ......
ସବୁ ତ ଶୁଝି ପାରିବି
ହେଲେ ମା' ର ଋଣ !
ତଥାପି ବାକି ରହି ଯାଏ ......
