STORYMIRROR

Nrusingha Narayan Tripathy

Tragedy Inspirational

4  

Nrusingha Narayan Tripathy

Tragedy Inspirational

ଶ୍ରବଣ କୁମାର

ଶ୍ରବଣ କୁମାର

1 min
366


ପିତୃ ମାତୃ ଭକ୍ତି  ହୃଦୟରେ ପ୍ରୀତି

    ଶ୍ରବଣ କୁମାର ସ୍ତୁତି

ସଚେତନ ଭରେ  ମଣିଷର ମନେ

    ସମାଜେ ମିଳଇ ଶକ୍ତି ll


ଅନ୍ଧ ପିତାମାତା  ଶ୍ରବଣ ଭରଷା

     ଶାନ୍ତନୁ ଓ ଜ୍ଞାନବନ୍ତୀ 

ଶ୍ରବଣ କୁମାର  ଆଲୋକ ଆଶାର

     ସେବାରେ ଥାଆନ୍ତି ବ୍ରତୀ ll


ନାନା ତୀର୍ଥ ସ୍ଥାନ   କରନ୍ତି ଦର୍ଶନ

     ଶ୍ରବଣ କୁମାର ସାଥେ

କାନ୍ଧେ ବୋହି ଚାଲେ  ପାହାଡ଼ ପର୍ବତେ

     ବଣ ଜଙ୍ଗଲର ପଥେ ll


ପାଣିର ସନ୍ଧାନେ  ଜଙ୍ଗଲ ମଧ୍ୟରେ

     ପୋଖରୀର ତଟ ଦେଶେ

ଶରର ଆଘାତେ   ମୃତ୍ୟୁର ନିକଟେ

    ଦଶରଥ ପାଶେ ଦିଶେ ll


ହୋଇ ମର୍ମାହତ  ରାଜା ଦଶରଥ

    ପିତା ମାତା ପାଣି ଦିଏ

ପୁତ୍ରର ବିୟୋଗ  ହୃଦୟେ ବିରାଗ

    ପ୍ରାଣ ବାୟୁ ଉଡି ଯାଏ ll


ତ୍ରେତୟା ଯୁଗର   ଶ୍ରବଣ କୁମାର

    ପିତୃ ସେବା କର୍ମ ତାର 

ପ୍ରତୀକ ସେବାର  ଶ୍ରବଣ ଅମର

     ଜ୍ଞାନୀ ଗୁଣୀ ଚିନ୍ତା କର ll


ଆଜିର ସନ୍ତାନ  ବିଦେଶ ଗମନ

     ବଡ଼ ହେଵା ଚିନ୍ତା ଧନ

ବଡ ନୁହେଁ ଧନ   କର୍ତ୍ତବ୍ୟ ମହାନ

     ପିତୃ ମାତୃ କର ଧ୍ୟାନ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy