STORYMIRROR

Bhagirathi Mohanty

Abstract Tragedy Inspirational

4  

Bhagirathi Mohanty

Abstract Tragedy Inspirational

ବିଷାଦ

ବିଷାଦ

1 min
183


ଏତେ ହସ ଖୁସି କୁଆଡେ ଯେ ଗଲା

   ଖୋଜିଲେ ମିଳଇ ନାହିଁ

 ଚାହୁଁ ଚାହୁଁ କାହିଁ ‌ଲୁଚିଗଲା ସବୁ

    ମନ ହୁଏ ହାଇଁ ପାଇଁ ।

ପିଲାଦିନ କଥା ମନେ ପଡ଼ିଯାଏ

   ଫେରିଵକି ସେହି ଦିନ,

ଢୋକେ ତୋରାଣି ରେ ମନ ଶାନ୍ତି ହୁଏ

    କ୍ଷୀରି ପୁରି ଯେ ସପନ।

କ୍ଵଚିତ ସେକାଳେ ରୋଗ ବଇରାଗ

     ଜଡି ଵୁଟି ଟିକେ ଖାଇ

ଭଲ ହେଉଥିଲେ ସକଳେ ସେକାଳେ

      ଲକ୍ଷେ ଦରକାର ନାହିଁ ।

 ଗାଆଁରେ ଗାଆଁ ରେ ସୁଆଙ୍ଗ ହୁଅଇ

     ଝୁମର , ଚଢ଼େୟା ନାଚ,

ରାତି ପରେ ରାତି ବିତି ଯାଉଥିଲା

    ନଥିଲା ଯେ ଉଚ୍ଚ ଵାଚ ।

ଦ୍ଵନ୍ଦ , କଳ‌ହ ବା ମତ ମତାନ୍ତର

    ନିଶାପ ରେ ତୁଟିଯାଏ,

ଆଜି ର କଜିଆ କାଲିକି ନଥାଏ

    କୋଳାକୋଳି ଯେ ସଭିଏଁ ।

ତୁଳନା କରିବା ସେ କାଳ ଏ କାଳ

    ଆକାଶ ପାତାଳ ଭେଦ,

କୋଉଥିରେ ଅବା ମଣିଷ ଟି ଭଲ

    ହୋଇ ଯାଏ ଵରଵାଦ ।

ଯେବେ ଠାରୁ ଜ୍ଞାନ ବିଜ୍ଞାନ ବଢିଲା

    ବଢିଲା ମଣିଷ ଧନ,

ବଳକା ସମ୍ପତି ଔଷଧେ ସାରିଲା

     ନ ହୋଇଲା ସାବଧାନ ।

ମଦ ମାଂସ ବେଶ୍ୟା ହାବୁଡ଼ରେ ପଡ଼ି

    ସବୁ ସେ ଉଡେଇ ଦେଲା,

ହିଂସା ଆଚରଣେ ମତ୍ତ ହୋଇ ସେତ

   ମଣିଷ ପଣରୁ ଗଲା।

ଦେବ ଦେବତା ତା ପଥେ କଣ୍ଟା ହେଲେ

    ଚୋରି ଡକେଇତି କଲା,

ପୂଜା ପାଠ ବେଦ ବେଦାନ୍ତ ଈଶ୍ୱର

    ସବୁ ସେ ତ ଭୁଲିଗଲା ।

ନିଜ ଲୋକଙ୍କୁ ସେ ପର କରି ଦେଲା

    ବନ୍ଧକୁ ଶତୃ ଭାବିଲା,

କଥା କଥାକେ ବନ୍ଧୁକ ଉଠେଇଲା

    ହିଂସ୍ର ଜନ୍ତୁ ପାଲଟିଲା ।

ବାପା ମାରେ ପୁଅ ,ସ୍ତ୍ରୀ ମାରେ ‌ସ୍ଵାମି

    ଦୁଷ୍କର୍ମ ରେ ସଦା ବାଇ,

ଅତିଶୟ ହେଲା ପାପ ଯେ ତାହାର

     କଳ୍କୀ ଆସିଲେ ତହିଁ ।

ଯେତିକି କୋମଳ ସେତିକି ନିଷ୍ଠୁର

    ଜଗତ କରତା ସେହି,

ଶାସନ ଡୋରୀ ଟି ତାଙ୍କରି ହାତରେ

    କୁଆଡେ ଯିବୁରେ ଧାଇଁ ।

ପଠେଇଲେ କାଳୀ କରାଳୀ ଚଣ୍ଡୀକା

    କେତେ ରୋଗ ରୂପେ ସେହି,

ଆନନ୍ଦ ପଛରେ ବିଷାଦ ରହିଛି

    ସୁଖ ପରେ ଦୁଃଖ ଥାଇ।

ହେତୁ କର ସଦା ଏ ମହାମାରୀ କୁ

    ଡାକ ରେ ପଙ୍କଜମୁଖ,

ଆଶିଷ ର ହାତ ଵଢେଇବେ ସିଏ

     ଫେରିବ ପୂରୁବ ସୁଖ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract