STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance Tragedy

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance Tragedy

ସ୍ମୃତି ତୁମ ମନେ ପଡ଼େ

ସ୍ମୃତି ତୁମ ମନେ ପଡ଼େ

1 min
165

       ସ୍ମୃତି ତୁମ ମନେ ପଡ଼େ


ସ୍ମୃତି ତୁମ ମନେ ପଡ଼େ 

          ଦିଶ ତୁମେ ଚାରିଆଡ଼େ,

ମୋ ଭାବନାର ଉହାଡ଼େ

       ଲୁଚି ଯାଅ ଯେ କୁଆଡ଼େ

ତୁମେ ପ୍ରିୟ ଭୁଲି ମୋତେ 

        ଛାଡି ଚାଲି ଗଲ କାହିଁ

ଭାବି ପଛ କଥା ଯେତେ 

        ମନ ଝୁରେ ତୁମ ପାଇଁ

ଥିଲ ତୁମେ ପାଶେ ମୋର 

        ଯାଉଥିଲି ବେଗେ ଧାଇଁ, 

ଆଖି ତ ପାଉନି ଏବେ 

          ରହିଛି କେବଳ ଚାହିଁ

ତୁମ ସବୁ ସ୍ମୃତି ଆସି 

         ହୃଦୟ ମୋ ଯାଏ ଛୁଇଁ,

କିଏ ରହେ ତୁନି ହୋଇ 

         କିଏ କାନ୍ଦେ କଇଁ କଇଁ

କାହାକୁ କହିବି କଣ 

         ବୁଝାଇ ତ ପାରୁ ନାହିଁ

ପ୍ରାଣକୁ ଆଘାତ ଲାଗେ 

        ମନ ଝୁରେ ତୁମ ପାଇଁ

ଥିଲ ତୁମେ ଏତେ ଭଲ

         ମଥା ଯାଉଥିଲା ନଇଁ,

ମୋର ଭାଗ୍ୟାକାଶେ ତୁମେ 

         ସୂର୍ଯ୍ୟ ସମ ଥିଲ ଉଇଁ

ହସି ଉଠୁଥିଲା ଧରା 

          ସବୁଜ ଫସଲେ ଭୂଇଁ,

ବଣ ବିଲ ନଦ ନଦୀ

         ଶ୍ରଦ୍ଧା ତୁମ ଥିଲା ଯହିଁ

ଚାଲି ଗଲ ଅଫେରନ୍ତା

         ରାଇଜେ ଅଛି ଅନେଇଁ, 

ଜାଣିଲେ ବି ସବୁ କଥା 

        ମନ କେବେ ବୁଝୁ ନାହିଁ

ନିଷ୍ଠୁର ବିଧି ବିଧାନ 

          ଭବର ଏ ରଙ୍ଗ ଭୂଇଁ,

ଯିବା ଲୋକ ଆଉ କେବେ 

      ପାଶେ ଫେରି ଆସେ ନାହିଁ

ସ୍ମୃତି ତୁମ ଭାବେ ବସି 

        ଲୁହ ବାଧା ମାନେ ନାହିଁ, 

ନାଚେ ସବୁ ଆଖି ଆଗେ 

         ମନ ଝୁରେ ତୁମ ପାଇଁ

ଅପେକ୍ଷାରେ ଅଛି ଖାଲି 

         ଯିବି ତୁମ ବାଟେ ମୁହିଁ, 

ସଂସାର ସୁଖ ଅସାର 

       ତୁମ ବିନା ଯେ ମୋ ପାଇଁ।

ଝୁରୁଛି ମୁଁ ଝୁରୁଥିବି 

        କେବେ ଭୁଲି ପାରୁନାହିଁ, 

ଏ ଜୀବନ ଥିବା ଯାଏଁ 

          ଝୁରୁ ଥିବି ତୁମ ପାଇଁ। 

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance