STORYMIRROR

Bijay Prusty

Tragedy

4  

Bijay Prusty

Tragedy

ତୁମେ ଗଲାପରେ

ତୁମେ ଗଲାପରେ

1 min
196

ତୁମପାଇଁ ସଖୀ ଆକାଶ ଝୁରୁଛି

ଝୁରୁଛି ବରଷା ରାତି

ଝୁରଛି ଚନ୍ଦ୍ରମା ଝୁରୁଛି ଜୋଛନା 

ଝୁରୁଛି ଲୋ ମୋର ଛାତି I

ତୁମେ ଚାଲିଗଲ ଏକାକରି ମୋତେ

ଦିଶୁନି ତୁମରି ମୁହଁ

ବିତୁଛି ମୋର ଲୋ ଦିବସ ରଜନୀ

ଢାଳି ଢାଳି ଆଖି ଲୁହ I

କଥା ଦେଇଥିଲ ଆସିବ ବୋଲି ଲୋ

ପହିଲି ଆଷାଢେ ଚାଲି

ତୁମେ ଆସିଲନି ଶ୍ରାବଣ ଆସିଲା

ଆଖିରୁ ଲୋତକ ଢାଳି I

ସାଇତି ଥିଲି ମୁଁ କେତେ ଯେ ସରାଗ

ଦେଇଥାନ୍ତି ଉପହାର

କେମିତି ପାରିଲ ମୁରୁଛି ଲୋ ସଖୀ

ଚାଲିଗଲ ଆରପୁର I

ଆଶା ଅସୁମାରୀ ସାଗର ଲହରୀ

ଛୁଇଁନି ତୁମକୁ ଦିନେ

ଆଖିରେ ଉଠୁଛି ଲୁହର ଜୁଆର

ଭାବୁଛି ତୁମକୁ ମନେ I

ପରକରି ସଖୀ ଚାଲିଗଲ ଦୂରେ

ଓଠୁ ନେଇଗଲ ହସ

ମୋ ପାଖରେ ଖାଲି ଛାଡି ଦେଇଗଲ

ବୁକୁଥରା ଦୀର୍ଘଶ୍ୱାସ I


સામગ્રીને રેટ આપો
લોગિન

Similar oriya poem from Tragedy