STORYMIRROR

Sabita Nayak

Tragedy

3  

Sabita Nayak

Tragedy

ମୃତ୍ୟୁର ଶଯ୍ୟାରେ ଜଗା ହିଁ ସାହା

ମୃତ୍ୟୁର ଶଯ୍ୟାରେ ଜଗା ହିଁ ସାହା

1 min
197

କାନ୍ଦିବନି ପ୍ରିୟା କଥା ମୁଁ ଦେଉଛି 

ଫେରିବି ପାଖକୁ ତୁମ 

ଯୁଗେ ଯୁଗେ ପରା ରହିଛି କଥାଗୋ 

ଅମର ଅଟଇ ପ୍ରେମ। 

କରୋନା ରାକ୍ଷସୀ ଧରିଛି ମୋ ତଣ୍ଟି

ନିଶ୍ବାସ ହେଉଛି ରୁନ୍ଧି

ତଥାପି କହୁଛି ପ୍ରିୟାଗୋ ତୁମକୁ 

ନେବନାହିଁ ଯମ ବାନ୍ଧି। 

ତୁମରି ପ୍ରାର୍ଥନା ବ୍ରତ ଉପାସନା 

ଈଶ୍ବରଙ୍କ ଆଶୀର୍ବାଦ 

କରୋନା ହାରିବ ତୁମରି ପାଖରେ 

ଜିତିବ ନିଶ୍ଚୟ ପ୍ରେମ। 

ହେ ଈଶ୍ବର ତୁମେ ହୁଅନା ପଥର 

ଏବେ ଦିଅ ଖୋଲି ଆଖି 

ଥରଟିଏ ଖାଲି କୃପାନେତ୍ରେ ଚାହିଁ

ଜୀବନ ଦିଅହେ ରଖି। 

ମୃଗୁଣୀର ଡାକ ଗଜ ଉଦ୍ଧାରଣ 

ରଖିଥିଲ ତୁମେ ସଖା 

ମୃତ୍ୟୁର ଶଯ୍ୟାରେ ଡାକେ ମୁଁ ତୁମକୁ 

ସାହାତୁମେ ଜଗା ଏକା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy