ମୃତ୍ୟୁର ଶଯ୍ୟାରେ ଜଗା ହିଁ ସାହା
ମୃତ୍ୟୁର ଶଯ୍ୟାରେ ଜଗା ହିଁ ସାହା
କାନ୍ଦିବନି ପ୍ରିୟା କଥା ମୁଁ ଦେଉଛି
ଫେରିବି ପାଖକୁ ତୁମ
ଯୁଗେ ଯୁଗେ ପରା ରହିଛି କଥାଗୋ
ଅମର ଅଟଇ ପ୍ରେମ।
କରୋନା ରାକ୍ଷସୀ ଧରିଛି ମୋ ତଣ୍ଟି
ନିଶ୍ବାସ ହେଉଛି ରୁନ୍ଧି
ତଥାପି କହୁଛି ପ୍ରିୟାଗୋ ତୁମକୁ
ନେବନାହିଁ ଯମ ବାନ୍ଧି।
ତୁମରି ପ୍ରାର୍ଥନା ବ୍ରତ ଉପାସନା
ଈଶ୍ବରଙ୍କ ଆଶୀର୍ବାଦ
କରୋନା ହାରିବ ତୁମରି ପାଖରେ
ଜିତିବ ନିଶ୍ଚୟ ପ୍ରେମ।
ହେ ଈଶ୍ବର ତୁମେ ହୁଅନା ପଥର
ଏବେ ଦିଅ ଖୋଲି ଆଖି
ଥରଟିଏ ଖାଲି କୃପାନେତ୍ରେ ଚାହିଁ
ଜୀବନ ଦିଅହେ ରଖି।
ମୃଗୁଣୀର ଡାକ ଗଜ ଉଦ୍ଧାରଣ
ରଖିଥିଲ ତୁମେ ସଖା
ମୃତ୍ୟୁର ଶଯ୍ୟାରେ ଡାକେ ମୁଁ ତୁମକୁ
ସାହାତୁମେ ଜଗା ଏକା।
