STORYMIRROR

Karuna kara Ghantual

Tragedy

3  

Karuna kara Ghantual

Tragedy

ଚାଳଘର

ଚାଳଘର

1 min
236

      କେତେ ଯତନରେ   ବାର ବରଷରେ

           କରିଥିଲି ଚାଳଘର

    ଦେଇ ଝାଟି ମାଟି     ବାନ୍ଧି ଚାଳତାଟି 

           ଛାଇଲି ନଡା ଛପର

    ଦଇବ,ପାରିଲାନି       ମୋତେ ସହି

ୟାସକୁ ପଠାଇ, ଘର ପୋଛିନେଇ,ସର୍ବସ୍ୱାନ୍ତ କଲା ସେହି ।।


    ଭାରିଯା ମୋହର।     ଲୋଭର ଭଣ୍ଡାର

          ପିଲାଦୁଇ ସଙ୍ଗେ ନେଇ

  ଆମ୍ବ ଗୋଟାଇବା          ଆଶାରେ ଧାଇଁଲା

          ଗଲେ ସବୁ ଶେଷ ହୋଇ

        ଏଇନେ,ଚାରିରୁ  ଏକ ହୋଇଲି

କରମ କପାଳ, ପୂର୍ବ ଭାଗ୍ୟ ଫଳ କର୍ମପାତି ସହିଗଲି ।।


    ଚାରିଜଣ ହୋଇ      କେତେଶ୍ରମ ଦେଇ

             କରିଥିଲୁ ଚାଳଘର

    ଆଉକି ପାରିବି          ଏ ଘରକୁ ସାଜି 

           ଭାବି ଆଣେ ପାଳିଜ୍ଵର

       ଏକାଳେ,ଏକା ସେ କାଳିଆ ସାହା       ତାହାବିନେ ମୋରେ, କେ ଅଛି ସଂସାରେ,କରିବାକୁ ପଦେ ଆହା ।। 


     ଅରକ୍ଷିତ ଜନ         କରୁଛି ବନ୍ଦନ

           ସିନ୍ଧୁ ନୀରେ ଯାଏ ଭାସି

     ରକ୍ଷା କର ହରି।        ଭବ ସିନ୍ଧୁ ପାରି

            ଆଉନ ପାରଇ କାଶି

         କାଳିଆ,ତୁମେହିଁ ସାହା ଭରସା

ଚାଳଘର ପଛେ,ଭାଙ୍ଗିରୁଜି ଯାଉ, ତୁମ ବାହୁ ଛାୟା ଥାଉ ।।

             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy