ଭୋକିଲା ପେଟ
ଭୋକିଲା ପେଟ
ଅମାନିଆଁ ପେଟ ତାର ଗରଜିଲା ବାରବାର
ନ ଚାଲିବା ବୁଢ଼ୀ ଧାଇଁ ଗଲା ବେଗର
ଦେଖିଲା କୁକୁର ଟିଏ ଠୁଙ୍ଗାକୁ ଆମ୍ପୁଡୁ ଥାଏ
କୁକୁର ପେଟ ବି ଜଳୁଥାଏ ଭୋକରେ
ବୁଢ଼ୀ ଯାଇ ରାମ୍ପି ଆଣିଲା
ଯତନେ ଠୁଙ୍ଗାକୁ ଧରି ଗଣ୍ଠି ଫେଇଲା ।
ଦେଖିଲା ଠୁଙ୍ଗା ଭିତରେ ପୋକ ସଲୁ ବାଲୁ କରେ
ଦୁରୁଗନ୍ଧେ ନାକ ଫାଟିଯାଏ ବୁଢ଼ୀର
ମନରେ ଭାବନା କଲା କୁକୁରକୁ କିଛି ଦେଲା
ଆପେ କିଛି ଖାଇବାକୁ କଲା ବିଚାର
ଶୁଙ୍ଘି ପକାଇଲା କୁକୁର
ସବୁ ଗୋଟାଇଲା ବୁଢ଼ୀ ଠୁଙ୍ଗା ଭିତର ।
ଭୋକର ଦାଉ ଏସନ ନ ଜାଣେ ସାନ ଅସନ
ଖାଇବାକୁ ଉପକ୍ରମ କରିବା ବେଳେ
ସରକାରୀ ବାବୁଜଣେ ଆସି ମିଳିଲେ ତକ୍ଷଣେ
ମନାକଲେ ବୁଢ଼ୀ ହାତ ଧରି କୌଶଳେ
ବୁଢ଼ୀ ନାଲି ଆଖି ଦେଖାଇ
ପଚାରିଲା ମନ ମୋତେ କରୁ କିପାଇଁ ।
ଖାଦ୍ୟ ଅଖାଦ୍ୟ ହୋଇଲା ଦେହ କରିଦେବ ଢିଲା
ଭଲ ଦଶା ଥିଲେ ତାକୁ ଫିଙ୍ଗି ବହନ
ମୁହିଁ ତୋତେ ଖାଦ୍ୟ ଦେବି ଖାଇବୁତୁ ମନଭାବି
ଫିଙ୍ଗିଦିଅ ଖାଦ୍ୟ ମୋର କଥାକୁ ମାନ
ବଞ୍ଚିବାର ଭରସା ଥିଲେ
ଯଥାଶୀଘ୍ର ଫେରିଯାଅ ନିଜ ଶୟଳେ ।