ସଂପର୍କ
ସଂପର୍କ
1 min
146
ସଂପର୍କର ସେତୁ ଦୃଢ଼ ହେବା ହେତୁ
ଶ୍ରୀରାମ ଲଙ୍କାକୁ ଗଲେ
ସଂପର୍କ ସ୍ଥାପଣ ସୁଗ୍ରୀବ ସଂଗେଣ
ବବୀର ଗଣଙ୍କୁ ଲଭିଲେ ।
ନଳ,ଜାମ୍ବବନ୍ତ ସୁଗ୍ରୀ,ହନୁମନ୍ତ
ଆବର ବୀର ସୁଶେଣ
ନୀଳ,ମହାବଳ କପି ମାଲ ମାଲ
ସେତୁକୁ କଲେ ବନ୍ଧନ ।
ସଂପର୍କ ବଳରେ ସେତୁକୁ ବାନ୍ଧିଲେ
ଲଙ୍ଘିଗଲେ ଲଙ୍କା ଭୂଇଁ
ରାବଣକୁ ମାରି ସ୍ୱୟଂ ନରହରୀ
ସୀତା ଆଣିଲେ ଫେରାଇ ।
ମାନବ ବାଦରେ ଥିଲେ ନିରନ୍ତର
ମିଳିବ ପୁଣ୍ୟ ଆସନ
ପୁଣ୍ୟ ପଥେ ଯାଇଁ ପୂଣ୍ୟ ମନ ନେଇ
ପୁଣ୍ୟକୁ କଲେ ଅର୍ପଣ ।
ଧନ ଜଣ,ମାନ ରଜ ସିଂହାସନ
ସବୁ ଅଳିକ ମାତର
ପ୍ରିୟ, ପ୍ରେମ,ପ୍ରିତୀ ସଂପର୍କ ସମ୍ପତ୍ତି
ମାନବେ କରେ ଅମର ।
