STORYMIRROR

Karuna kara Ghantual

Classics

4  

Karuna kara Ghantual

Classics

ମଶାଣୀର ନିଆଁ

ମଶାଣୀର ନିଆଁ

1 min
153

ସମୁଦ୍ର ପାଣିରେ ଲାଗିଲା ଜୁଇ

ତା ଦେଖି ମଶାଣୀ ଗଲା ଲାଜେଇ

  ପଚାରିଲା ସୁଧି ଜନେ

କିପରି ସିନ୍ଧୁରେ,ନିଆଁ ଲାଗିପାରେ,

ଚକିତ ହେଲା ସେ ମନେ।


ଆଜି ଦୁନିଆଁରେ ସବୁ ସମ୍ଭବ

ହରିଣ ଖାଉଛି ବାଘର ଶବ

 ବେଙ୍ଗ ଖାଇଯାଏ ସାପ

ଅସମ୍ଭବ କାର୍ଯ୍ୟ ସବୁତ ସମ୍ଭବ

  ବିଶ୍ୱ ମୟ ଖାଲି ପାପ    ।

             

ଅଜଣା ରୋଗରେ ମରନ୍ତି ଜନେ

ମଶାଣୀର ଶୀଖା କହୁଛି କାନେ 

  ମୁଁ ତ ମଶାଣୀର ନିଆଁ     

ମୋର କର୍ମ ଭାବି ମୁଁ ସିନା ଜଳିଲି

  ସମୁଦ୍ର ଜଳୁଛି କିଆଁ      ।


ବିଧିର ବିଧାନ କେ କରେ ଆନ

ଖେଳଘର ରଚେ ମାୟା ମୋହନ

   ବାଟରେ ପଡିଛି ତାଲା

କୁଢ଼ କୁଢ଼ ମଢ଼ ଘରୁ ଚାଲିଯାଏ

ପଛପଟ ଯେଣୁ ମେଲା     ।

          

ସାରା ବିଶ୍ୱ ମଳି ଆବର୍ଜନୀଆଁ

ନଦୀ ଗର୍ଭେ ଆସି ସମୁଦ୍ରେ ଠିଆ

  ସିନ୍ଧୁ କେତେ ସମ୍ଭାଳିବ

କରୋନର ଶବ କଳର ମଇଳା

  ନୀତି ତାକୁ କନ୍ଦାଇବ        ।

        

ଭୁଭାଗର ତଳେ ରହିଲି ବୋଲି

ଯେତେ ଯାହାକଲେ ସବୁ ସହିଲି

   ତଥାପି ନ ବୁଝେ ନର

ଜଳ ଚକ୍ରଧାରେ ସେଇ ମଳି ଫେରେ

   ପହିଲି ପାଣିର ଜ୍ଵର   ।            



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics